Latest Odisha News

ବିମାନ ଭିତରର ସବୁ ଟିଭିରେ ଲାଗିଲା କପିଲ୍ ଶର୍ମାଙ୍କ ସୋ’: ସିଟ୍‌ରେ ବସି ହସିଲେ କପିଲ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ ଟିମ୍‌କୁ ନେଇ ଆମେରିକା ଯାଇଛନ୍ତି । ଯିବା ସମୟରେ କପିଲଙ୍କ ସହ ଏକ ମଜାଦାର ଘଟଣା ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

BjdElectrycity

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନ ଭିତରେ ଲାଗିଥିବା ପ୍ରତ୍ୟେକଟି ଟିଭି ପରଦାରେ କପିଲ ଶର୍ମାଙ୍କ ଶୋ ଲଗାଯାଇଥିଲା । ସବୁ ପରଦାରେ କେବଳ କପିଲଙ୍କୁ ହିଁ ଦେଖିବାକୁ ମିଳିଥିଲା । ଏପରି ଦେଖି କପିଲ ହସୁଥିବା ନଜର ଆସିଛନ୍ତି । ଏହି ସମୟରେ କପିଲ କଳା ଟି-ସାର୍ଟରେ ଷ୍ଟାଇଲିସ୍ ଲାଗୁଛନ୍ତି । ଆମେରିକାର ନ୍ୟୁ ଜର୍ସିରେ ଆସନ୍ତା ୮ ତାରିଖରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏହି ଭିଡ଼ିଓକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କିଏ କପିଲ ହେଉଛନ୍ତି ସବୁଠାରୁ ଭଲ କମେଡିଆନ୍ ବୋଲି କହିଛନ୍ତି ।

Leave A Reply

Your email address will not be published.