Latest Odisha News

‘ରିୟଲ ମି’ର ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡର ଦବଙ୍ଗ ଖାନ

ମୁମ୍ବାଇ: ସ୍ମାର୍ଟଫୋନ୍‌ ବ୍ରାଣ୍ଡ ‘ରିୟଲ୍ ମି’ ନିଜର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ବଲିଉଡର ଦବଙ୍ଗ ଖାନ ମାନେ ସଲମାନ ଖନଙ୍କୁ ନିଯୁକ୍ତି ଦେଇଛି ।

ପ୍ରଥମଥର ପାଇଁ ସଲମାନ୍‌ ଏକ ‌ସ୍ମାର୍ଟଫୋନ୍‌ କମ୍ପାନି ସହ ଯୋଡ଼ି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ରିୟଲ୍‌ମି୬ ଓ ରିୟଲ୍‌ମି ୬ ପ୍ରୋ ଫୋନ୍‌କୁ ସାଲମାନ ସମର୍ଥନ କରିବେ।

ନୂଆ ରିୟଲ୍ ମି ୬ ଆସନ୍ତା ମାର୍ଚ ୫ ତାରିଖରେ ବଜାରକୁ ଆସିବାକୁ ଥିବା ବେଳେ ଏହାକୁ ଲୋକପ୍ରିୟ କରାଇବାରେ ସଲମାନଙ୍କ ସଂପୃକ୍ତି ବେଶ୍‌ ଗୁରୁତ୍ବ ରଖିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସଲମାନଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ପାଇ କମ୍ପାନିର ସିଇଓ ଏବଂ ଭାଇସ୍‌ ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ କହନ୍ତି, ‘ସଲମାନ ସମାଜର ବିଭିନ୍ନ ବିଭବର ଲୋକମାନଙ୍କ ସହ ଜଡ଼ିତ। ତାଙ୍କ ପରି ଜଣେ ନିଆରା ବ୍ୟକ୍ତିତ୍ବ ଆମ କମ୍ପାନି ପାଇଁ ବେଶ୍‌ ଲାଭପ୍ରଦ ହେବ ବୋଲି ଆଶା ରହିଛି।

Comments are closed.