Latest Odisha News

BREAKING NEWS

ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କଲା ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶି ଦଣ୍ଡାଦେଶ ଘୁଂଚି ଘୁଂଚି ଯାଉଛି । ଏବେ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଏହି ପିଟିସନରେ ପବନ ଗୁପ୍ତା ଫାଶି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି ।

ସୂଚନାଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କ ଫାଶି ତାରିଖ ନିକଟତର ହେଉଛି । ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୩ ତାରିଖ ସକାଳେ ଫାଶି ଦିଆଯିବାକୁ ନେଇ ଘୋଷଣା କରିଥିଲା । କିନ୍ତୁ ଏହା ପୂର୍ବରୁ ଡେଥ ୱାରେଣ୍ଟ ଜାରି ହେବା ପରେ ମଧ୍ୟ ଫାଶି ଘୁଂଚି ଘୁଂଚି ଯାଇଛି । ସେଥିପାଇଁ ପୁଣି ଥରେ ଫାଶିରେ ବିଳମ୍ବ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.