Latest Odisha News

BREAKING NEWS

ଭାରତରେ ଲଞ୍ଚ ହେଲା ରିୟଲମି ଏକ୍ସ୫୦ପ୍ରୋ ୫ଜି ସ୍ମାର୍ଟଫୋନ, ମିଳିବ ଦୁଇଟି ସେଲ୍ଫି କ୍ୟାମେରା

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ‘ ରିୟଲମି’ ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ କୁ ଆଜି ୨୪ ଫେବୃଆରୀ ରେ ଲଞ୍ଚ କରିଛି | ହେଲେ ଦେଶରେ ଏହାର ନେଟୱର୍କ ଉପଲବ୍ଧ ନାହିଁ | ରିୟଲମି ଭାରତରେ ତାର ସବୁଠୁ ମହଙ୍ଗା ଓ ପ୍ରଥମ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିଛି | ରିୟଲମି ର ଏହି ସ୍ମାର୍ଟଫୋନ ସିଧା ପ୍ରତିଦ୍ୱନ୍ଦୀତା ୨୫ ଫେବୃଆରୀ କୁ ଲଞ୍ଚ ହେବାକୁ ଥିବା ଆଇକ୍ୟୁ ୩ ୫ଜି ସ୍ମାର୍ଟଫୋନ ସହ ହେବ |

  • ରିୟଲମି ର ଏହି ଫୋନର ଫିଚର୍ସ କଥା କହିଲେ, ଏଥିରେ କ୍ଵଲକାମ ର ଲାଟେଷ୍ଟ ସ୍ନାପଡ୍ରାଗନ ୮୬୫ ପ୍ରୋସେସର ଦିଅଣାଇଛି ଯାହା ୫ଜି କୁ ସପୋର୍ଟ କରିବ | ଫୋନରେ ୬.୪୪ ଇଞ୍ଚ ଫୁଲ ଏଚଡି ଫ୍ଲାସ ସୁପର ଏମୋଲେଡ଼ ପଞ୍ଚହୋଲ ଡିସପ୍ଲେ ଦିଆଯାଇଛି ଯାହାର ରୋଜଲ୍ୟୁସନ ୧୦୮୦କ୍ସ୨୪୦୦ ପିକ୍ସସେଲ ଯାହାର ରିଫ୍ରେସ ରେଟ ୯୦ ହର୍ସ ହେବ | ଏହି ଫୋନରେ କ୍ୱାର୍ଡ କ୍ୟାମେରା ସେଟଅଫ ମିଳିବ | ଏଥିରେ ଚାରୋଟି ରିୟର କ୍ୟାମେରା ମିଳିବ ମୁଖ୍ୟ କ୍ୟାମେରା ୬୪ ମେଗାପିକସେଲ, ଦ୍ୱିତୀୟ ୧୨ ମେଗାପିକସେଲ, ତୃତୀୟ ୮ ମେଗାପିକସେଲ ଓ ଚତୁର୍ଥ ୨ ମେଗାପିକସେଲ ମିଳିବ | କ୍ୟାମେରା ସହିତ ୨୦x ହାଇବ୍ରିଡ଼ ଜୁମ ମିଳିବ | ସେଲ୍ଫି କ୍ୟାମେରା ରେ ଡୁଆଲ କ୍ୟାମେରା ସେଟଅଫ ଦିଆଯାଇଛି ଯେଉଁଥିରେ ୩୨ ଓ ୮ ମେଗାପିକସେଲ ଲେନ୍ସ ସାମିଲ ଅଛି | ଫୋନରେ ୪୫୦୦ ଏମଏଚ ବ୍ୟାଟେରୀ ମିଳିବ ଯାହା ଫାଷ୍ଟ ଚାରଜିଙ୍ଗ ସପୋର୍ଟ କରିବ | ଇନଡିସପ୍ଲେ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଓ ଗରିଲା ଗ୍ଲାସ ୫ ସୁରକ୍ଷା ମିଳିବ | ଏହା ୧୨ ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜ, ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ, ୬ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ରେ ମିଳିବ | କନେକ୍ଟଭିଟି ପାଇଁ ଟାଇପ ସି ଚାରଜିଙ୍ଗ |

ଏହା ୧୨ ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୪୪,୯୯୯ ଟଙ୍କା, ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୩୯,୯୯୯ ଟଙ୍କା, ୬ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୩୭,୯୯୯ ଟଙ୍କା ରେ ମିଳିବ | ଏହି ଫୋନର ବିକ୍ରୀ ଫ୍ଲିପକାର୍ଟ ରେ ୨୪ ଫେବୃଆରୀ ସନ୍ଧ୍ୟା ୬ ଠାରୁ ମିଳୁଛି |

Leave A Reply

Your email address will not be published.