Latest Odisha News

BREAKING NEWS

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ବର : ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁ ବିଭିନ୍ନ କାରଣରୁ ସମର୍ଥ ହୋଇନଥାନ୍ତି । ଯାହାକୁ ହୃଦୟଙ୍ଗମ କରିଛି ଜିଓ । ଏବେ ଗ୍ରାହକଙ୍କ ସୁବିଧା ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଆରମ୍ଭ ହୋଇଛି ଜରୁରୀକାଳୀନ ଡାଟା ଋଣ ସୁବିଧା । ଯାହାଦ୍ୱାରା ଜିଓ ଗ୍ରାହକମାନେ ଜରୁରୀ ସମୟରେ ଏହି ସୁବିଧାର ଲାଭ ନେଇ ନିରବଚ୍ଛିନ୍ନ ହାଇସ୍ପିଡ ଡାଟା ବ୍ୟବହାର ଜାରି ରଖିପାରିବେ । ଏବଂ ଏଥିପାଇଁ ପରବର୍ତୀ ସମୟରେ ଦେୟ ପ୍ରଦାନ କରିପାରିବେ । ନୂଆ ନୂଆ ଉତ୍ପାଦ ପ୍ରଚଳନ କରିବା ତଥା ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାରେ ଆଗରେ ଥିବା ଜିଓ ଏବେ ଜିଓ ବ୍ୟବହାରକାରୀଙ୍କୁ ସରଳ ଅଥଚ ଶକ୍ତିଶାଳୀ ସମାଧାନ ଯୋଗାଇଦେବ । ଯାହା ସେମାନଙ୍କୁ ହାଇସ୍ପିଡ ଡାଟା ନିରବଚ୍ଛିନ୍ନ ବ୍ୟବହାର କରିବାର ଅନୁଭୂତିକୁ ସୁନିଶ୍ଚିତ କରିବ ।

ସୂଚନାଯୋଗ୍ୟ ଯେ, ଜିଓ ନିଜର ଡାଟା କ୍ଷମତା ଓ ସ୍ପିଡକୁ ପ୍ରାୟତଃ ଦୁଇଗୁଣ କରିବାକୁ ନିକଟରେ ତାହାର ନେଟୱର୍କକୁ ଅଧିକ ସମୃଦ୍ଧ କରିଛି । ସେଥିପାଇଁ ଜିଓ ବ୍ୟବହାରକାରୀମାନେ ଉନ୍ନତ ନେଟୱର୍କ ସଂଯୋଗ ଏବଂ ଅଧିକ ସ୍ପିଡ ଅନୁଭବ କରିପାରୁଛନ୍ତି । ଏହା ଦ୍ୱାରା ଜିଓ ଗ୍ରାହକ ଅଧିକ ଡାଟା ବ୍ୟବହାର କରିବାରେ ସକ୍ଷମ ହୋଇଛନ୍ତି ଏବଂ ଅନେକ ବ୍ୟବହାରକାରୀଙ୍କର ଦୈନିକ ଧାର୍ଯ୍ୟ ଡାଟା ପରିମାଣ ଶେଷ ହେବା ପରେ ଦିନର ଅବଶିଷ୍ଟ ସମୟ ସେମାନଙ୍କ ନିକଟରେ ଆଉ ହାଇସ୍ପିଡ ଡାଟା ରହୁନାହିଁ । ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏଭଳି ସହଜ ଡାଟା ଋଣ ସୁବିଧା ପ୍ରଚଳନ କରିଛି ।

ଦୈନିକ ଧାର୍ଯ୍ୟ ହାଇସ୍ପିଡ ଡାଟା ପରିମାଣ ଶେଷକରି ତୁରନ୍ତ ରିଚାର୍ଜ କରିବାକୁ ସମର୍ଥ ହେଉନଥିବା ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏହି ଜରୁରୀ ଡାଟା ଋଣ ବ୍ୟବସ୍ଥା ପ୍ରଚଳନ କରିଛି । ଯାହା ‘ଏବେ ରିଚାର୍ଜ କର, ପରେ ଦେୟ ପୈଠ କର’ ସୁବିଧା ଯୋଗାଇ ଦେଉଛି । ଏହା ଅଧୀନରେ ଜିଓ ତାହାର ପ୍ରିପେଡ ଗ୍ରାହକଙ୍କୁ ପ୍ରତ୍ୟେକ ୧ ଜିବି ଲେଖାଏଁ ୫ଟି ହାଇସ୍ପିଡ ଜରୁରୀକାଳୀନ ଡାଟା ପ୍ୟାକ୍ ଋଣ ଆକାରରେ ଯୋଗାଇଦେବ । ପ୍ରତ୍ୟେକ ଡାଟା ପ୍ୟାକ୍ ମୂଲ୍ୟ ୧୧ ଟଙ୍କା ରହିଛି । ଜିଓ ଉପଭୋକ୍ତା ନିଜ ଆବଶ୍ୟକତା ଅନୁସାରେ ୧ ଜିବି ଡାଟା ପ୍ୟାକ୍ ଋଣ ଆକାରରେ ବ୍ୟବହାର କରି ପରବର୍ତୀ ସମୟରେ ଦେୟ ପୈଠ କରିପାରିବେ ।

ଏହି ସୁବିଧା ଉପଭୋଗ କରିବା ପାଇଁ ଜିଓ ଗ୍ରାହକଙ୍କୁ ମାଇଁ ଜିଓ ଆପ୍ ଖୋଲି ଏହାର ଉପରେ ବାମ ପଟେ ଥିବା ‘ମେନୁ’କୁ ଯିବାକୁ ହେବ । ସେଥିରେ ମୋବାଇଲ ସେବା ଅଧୀନରେ ରହିଥିବା ‘ଜରୁରୀ ଡାଟା ଋଣ’ ବିକଳ୍ପ ପସନ୍ଦ କରିବାକୁ ପଡିବ । ଜରୁରୀ ଡାଟା ଋଣ ବ୍ୟାନରରେ ଥିବା ‘ପ୍ରୋସିଡ’ ଉପରେ କ୍ଲିକ୍ କରିବା ପରେ ‘ଗେଟ୍ ଏମର୍ଜେନ୍ସି ଡାଟା ଲୋନ’ ବା ଜରୁରୀ ଡାଟା ଋଣ ଉପଲବ୍ଧ କରନ୍ତୁ ଉପରେ କ୍ଲିକ୍ କରିବାକୁ ପଡିବ । ଏହାପରେ ଜରୁରୀ ଡାଟା ଋଣ ସୁବିଧା ପାଇବାକୁ ‘ଆକ୍ଟିଭ ନାଓ’ ବା ଏବେ ସକ୍ରିୟ କରନ୍ତୁ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଜରୁରୀ ଡାଟା ଋଣ ସୁବିଧା କାର୍ଯ୍ୟକ୍ଷମ ହୋଇଯିବ । ବ୍ୟବହାର କରାଯାଇଥିବା ଡାଟା ଋଣ ବାବଦ ଦେୟ ପରବର୍ତୀ ସମୟରେ ସେହି ସମାନ ପେଜ୍‌ରେ ପୈଠ କରାଯାଇପାରିବ ।

ତେବେ ଜରୁରୀକାଳୀନ ଡାଟା ଋଣ ସୁବିଧାର ଲାଭ ନେବା ପାଇଁ ଜିଓ ଗ୍ରାହକଙ୍କ ପାଖରେ ବୈଧ ମୂଳ ଭାଲିଡିଟି ପ୍ଲାନ୍ ରହିଥିବା ଆବଶ୍ୟକ । ଜରୁରୀକାଳୀନ ଡାଟା ପ୍ୟାକ୍‌ର ବୈଧତା ଗ୍ରାହକଙ୍କ ମୂଳ ପ୍ଲାନ୍‌ର ରହିଥିବା ବୈଧତା ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.