Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୭-୨୦୨୧ ରବିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁଲାଇ ତା ୪ ରିଖ ରବିବାର ମିଥୁନ ୨୦ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଦଶମୀ ତିଥି ଅଶ୍ଵିନୀ ନକ୍ଷତ୍ର ଦିନ ୯ଟା ୮ ମିନିଟ୍ ପର୍ଯ୍ୟନ୍ତ ତାପରେ ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ
ଘାତ ବାର- ମେଷ ରାଶିର
ଘାତ ଚନ୍ଦ୍ର- ମେଷ ରାଶିର
ନିଷେଧ ଖାଦ୍ୟ- କଳମ୍ଵି ଶାଗ
ଆଜି ଦିନର ମହତ୍ତ୍ଵ

ମେଷ:
ଆଜି ଆପଣଙ୍କୁ ମାନ-ସମ୍ମାନ ପ୍ରତିଷ୍ଠା ମିଳିବ।ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ବ୍ୟବସାୟରେ ଲାଭବାନ୍ ହେବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ ।

ପ୍ରତିକାର- ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ:
ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରାଜନୀତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ପ୍ରଶଂସିତ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ।

ପ୍ରତିକାର-ପିତାମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ।

ମିଥୁନ:
ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ପାଇବେ। ମାଲି ମୋକଦ୍ଦମାରେ ବିଜୟୀ ହେବେ। ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

କର୍କଟ:
ଆଜି ଆପଣଙ୍କୁ ସମସ୍ତ ଦିଗରେ ସଫଳତା ମିଳିବ। ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଯିବ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ ।କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ ।

ପ୍ରତିକାର-ଆମିଷ ( ମତ୍ସ୍ୟ ମାଂସ ) ଖାଆନ୍ତୁ ନାହିଁ।

ସିଂହ:
ଆଜି ଶୁଭ ସମାଚାର ଶୁଣି ଖୁସିହେବେ । ପାରିବାରିକ ସମସ୍ଯାକୁ ସଜାଡିଦେଇ ଆନନ୍ଦ ପାଇବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ବଢ଼ିବ । ଜାଗା, ଜମି ଓ ଗୃହସମ୍ବନ୍ଧୀୟ ମାମଲାର ସମାଧାନ ଫଳରେ ଅଧିକ ଲାଭବାନ୍ ହେବେ । ନୂତନ ବ୍ୟବସାୟ କରିବା ପାଇଁ ମନ ବଳାଇବେ‌।

ପ୍ରତିକାର- ସୂର୍ଯ୍ୟ ପୂଜା କରିବା ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।

କନ୍ୟା:
ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ଆୟ ବୃଦ୍ଧି ଘଟିବ।କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବା ଫଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ ।

ପ୍ରତିକାର- କିଛି ମିଠାଦହି ଖାଇ ଘରୁ ବାହାରନ୍ତୁ।

ତୁଳା:
ଆଜି ପରିବାରରେ ସୁଖ ଶାନ୍ତି ପୂର୍ବ ପରି ଅତୁଟ ରହିବ।
ଛାତ୍ର-ଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ ।ବ୍ୟବସାୟରେ କୋୖଣସି ଚୁକ୍ତି ସ୍ୱାକ୍ଷରିତ କରିବା ପୂର୍ବରୁ ବୁଝିବିଚାରି କରନ୍ତୁ ।ଠକାମୀରେ ପଡ଼ିବାର ସମ୍ଭାବନା ରହିଛି।

ପ୍ରତିକାର:- ଦୁବଘାସ ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ବିଛା:
ଆଜି ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ । ଜନସେବାଦ୍ଵାରା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ସାମାନ୍ୟ ଚେଷ୍ଟା ସତ୍ତ୍ୱେ ଜମି, ଜମା ବିବାଦ ମେଣ୍ଟିଯିବ ।ସାସ୍କୃତିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି ।

ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:
ଆଜି ଆପଣଙ୍କୁ ଯଶ-ମାନ ସମ୍ମାନ ମିଳିବ ।
ନିଜର ବୁଦ୍ଧି ବିବେକ ନିଷ୍ଠା ଉଦ୍ୟମ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ।ଗୁରୁଜନଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୁତି ଲାଭ କରିବେ । ଅଳ୍ପ ପରିଶ୍ରମରେ ଅଧିକ ଲାଭବାନ ହେବେ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:
ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ ମନମୁତାବକ କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ ଆର୍ଥିକ ଅଭିବୃଦ୍ଧି ଘଟିବ ଭବିଷ୍ୟତ ଯୋଜନାରେ ନିବେଶ କରିବେ । ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ ‌।କୋଟ କଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ମିଳିବ ।

ପ୍ରତିକାର- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ ।

କୁମ୍ଭ:
ଆଜି ଆପଣ ଜଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। ନିଜର ଲୋକ ବିରୁଦ୍ଧାଚରଣ କରିପାରନ୍ତି।ଭ୍ରାତୃ ବିବାଦ, ଦେଖାଦେଇପାରେ।ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:
ଆଜି ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ ।ଶତୃମାନେ ପରାଜିତ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ ଆୟ ବୃଦ୍ଧି ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ପ୍ରତିକାର:- ମା ପାର୍ବତୀଙ୍କୁ ଲାଲ୍ ସିନ୍ଦୂର ସାତଟି ତ୍ରିଶାଖା ବେଲ ପତ୍ର ଚଢାନ୍ତୁ ।

ଜ୍ୟୋତିଷ ବାଣୀ-
ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଲାଭ ପାଇଁ ସରଳ ପ୍ରତିକାର

ପ୍ରତିକାର:-୨୧ଟି ମଙ୍ଗଳବାର କିଛି ଲାଲ୍ ସିନ୍ଦୂର ସାତଟି ତ୍ରିଶାଖା ବେଲ ପତ୍ର ଓ ଲାଲ୍ ରଙ୍ଗର ମନ୍ଦାର ଫୁଲ ଗ୍ରାମ ଦେବତୀ କିମ୍ବା ମା ପାର୍ବତୀଙ୍କୁ ଚଢାନ୍ତୁ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

 

Leave A Reply

Your email address will not be published.