Latest Odisha News

BREAKING NEWS

୬୧ ଟଙ୍କା ରିଚାର୍ଜ କରନ୍ତୁ, ୫ଜି ଇଣ୍ଟରନେଟ ସୁବିଧା ପାଆନ୍ତୁ

ନୂଆ ଦିଲ୍ଳୀ : ଜିଓ ସିମ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ  ହେଲା ଘୋଷଣା ।ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ ।କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି ଯେଉଁମାନେ ୫ଜିକୁ ଅପଗ୍ରେଡ କରିବାକୁ ଚାହୁଁଛନ୍ତି ।

 

ସୂଚନା ଅନୁଯାୟୀ ଭାରତୀୟ ଟେଲିକମ୍ କମ୍ପାନୀ ପୂର୍ବ ବର୍ଷ ଦେଶରେ କିଛି ସହରରେ ଏୟାରଟେଲ ଏବଂ ଜିଓ ଏୟାରଟେଲ ଓ ଜିଓ ୫ଜି ନେଟୱାର୍କର ଶୁଭାରମ୍ଭ କରିଥିଲେ । ଏହାପରେ ଏହି ୨ଟି ଟେଲିକମ୍ କମ୍ପାନୀ ଲଗାତାର ଭାବରେ ଦେଶରେ ୫ ଜି ନେଟୱାର୍କର ବିସ୍ତାର କରୁଛନ୍ତି । ହେଲେ ରିଲାଏନ୍ସ ଜିଓ ୫ ଜି ନେଟୱାର୍କ ଷ୍ଟାଣ୍ଡ-ଏଲୋନ ଟେକ୍ନୋଲୋଜି ଉପରେ ଆଧାରିତ ଥିବାବେଳେ ଭାରତୀୟ ଏୟାରଟେଲ ତାର ୪ଜି ନେଟୱାର୍କ ଭିତ୍ତିଭୂମିର ସାହାର୍ଯ୍ୟ ନେଇ ୫ ଜି ନେଟଓ୍ବାର୍କ ବଢଉଛି ।

 

ସେପଟେ ୪ ଜି ତୁଳାନାରେ ୫ ଜିର ଇଣ୍ଟରନେଟ୍ ସ୍ପିଡ ୩୦ ରୁ ୪୦ ଗୁଣା ଅଧିକ ଥିବା ବେଳେ ଉନ୍ନତମାନର କଲିଂ ସୁବିଧା ମିଳିବ ବୋଲି ଟେଲିକମ କମ୍ପାନୀ ପକ୍ଷରୁ ଦାବି ହୋଇଛି। କିନ୍ତୁ ଯେଉଁ ପ୍ଲାନ୍ ୫ ଜିକୁ ସପୋର୍ଟ୍ କରନ୍ତି ନାହିଁ ସେଥିପାଇଁ କମ୍ପାନୀ ୬୧ ଟଙ୍କାର ପ୍ଲାନ୍ ଆଣିଛି । ତେବେ ରିଲାଏନ୍ସ ଜିଓର ୬୧ଟଙ୍କା ରିଚାର୍ଜ ପ୍ଲାନରେ ୬ ଜିବିର ଡାଟା ଉପଲବ୍ଧ ରହିବ । ଏହା ଏକ ଡାଟା ଭାଉଚର ପ୍ଲାନ ଅଟେ ।

Leave A Reply

Your email address will not be published.