Latest Odisha News

BREAKING NEWS

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ୨ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା । ସବୁଠି ଶୀତର ପ୍ରକୋପ ଲାଗି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା । ଆଜି କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।

ସେପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଚଳିତ ଶୀତ ଋତୁରେ ପ୍ରଥମ ତୁହିନ୍ ପଡ଼ିଛି । କୁହୁଡ଼ି କମିଥିବା ବେଳେ ଶୀତ ବଢ଼ୁଥିବାରୁ ଲୋକେ ଦିନ ୧୦ଟା ଯାଏ ଜରୁରୀ ନଥିଲେ ଘରୁ ବାହାରୁ ନାହାନ୍ତି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ଏଭଳି ଶୀତ ପ୍ରବାହ ଆଉ ୨ ଦିନ ଲାଗି ରହିବ । ପ୍ରବଳ ଶୀତ ନେଇ ୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଯାଇଥିବା ବେଳେ ୧୦ ତାରିଖରେ ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଗାମୀ ୨ ଦିନରେ ରାତି ତାପମାତ୍ରାରେ ସେଭଳି ବିଶେଷ ପରିବର୍ତ୍ତନ ହେବ ନାହିଁ । ପରେ ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଇବା ସହ ଶୀତ କମିବ । ସ୍ୱାଭାବିକ ଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳେ ରହିବା ସହ ରାଜ୍ୟରେ ଶୁଖିଲା ପାଗ ଲାଗି ରହିବ ।

Leave A Reply

Your email address will not be published.