Latest Odisha News

BREAKING NEWS

ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୫ ଦିନ । ହେଲେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିିଁ ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର ।

ସେ କହିଛନ୍ତି, ସାଧାରଣରେ ସନ୍ଦେହ ହେଉଛି ଯେ, ପ୍ରାୟୋଜିତ ମାମଲା କରାଇ ରଥଯାତ୍ରା ନକରିବାକୁ ସରକାର ଚାହୁଁଛନ୍ତି । ସନ୍ଦେହ ହେବା ବି ସ୍ୱାଭାବିକ । ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ରଥଯାତ୍ରା ନେଇ ଦ୍ୱନ୍ଦ୍ୱ ବଢିଲାଣି ବୋଲି ବିଜୟ ମହାପାତ୍ର କହିଛନ୍ତି ।

ସେପଟେ କଂଗ୍ରେସ କହିଛି ଯେ, ବର୍ତ୍ତମାନ ରଥଯାତ୍ରା ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଁଚିଛି । ଯଦି ହାଇକୋର୍ଟଙ୍କ ଭଳି ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଦିଅନ୍ତି, ତେବେ ରଥଯାତ୍ରା କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଂଜ ହେବ ।

ବିଜେପିର ଅଭିଯୋଗ ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ବିବାଦ କରିବା ଉଚିତ ନୁହେଁ । କୋଭିଡ୍ ମାର୍ଗଦର୍ଶିକା ଓ ପରିସ୍ଥିତିକୁ ଲକ୍ଷ୍ୟ କରି ସରକାର ପରାମର୍ଶ ନେଉଛନ୍ତି ।

Leave A Reply

Your email address will not be published.