Latest Odisha News

BREAKING NEWS

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପରୀକ୍ଷାଗାରରେ ୬୮ ହଜାର ୯୦୬ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ୬୧ ହଜାର ୧୬୬ଟି ଆଂଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ଆରଟିପିସିଆର ଟେଷ୍ଟ ସଂଖ୍ୟା ହେଉଛି ୭ ହଜାର ୫୮୫ । ରାଜ୍ୟରେ କରାଯାଇଥିବା ଟ୍ରୁନାଟ୍ ଟେଷ୍ଟ ସଂଖ୍ୟା ହେଉଛି ୧୫୫ ।

ଗଂଜାମ ଜିଲ୍ଲାରେ ସର୍ବାଧିକ ୮ ହଜାର ୬୫୯ଟି ନମୂନା ପରୀକ୍ଷା ହୋଇଛି । ଏବଂ ସବୁତକ ନମୂନା ପରୀକ୍ଷା ଆଂଟିଜେନ୍ । ସେହିପରି ମୟୂରଭଂଜରେ ଦ୍ୱିତୀୟ ସର୍ବାଧିକ ୮ହଜାର ୫୯୬ ଏବଂ କେନ୍ଦ୍ରାପଡାରେ ୭ହଜାର ୭୫୨ଟି ଆଂଟିଜେନ୍ ଟେଷ୍ଟ ହୋଇଛି । ସେହିପରି ଏସସିବିରେ ସର୍ବାଧିକ ୧୬୨୦ ଏବଂ ଆରଏମଆରସିରେ ୧୪୫୭ଟି ଆରଟିପିସିଆର ଟେଷ୍ଟ ହୋଇଛି ।

Leave A Reply

Your email address will not be published.