Latest Odisha News

BREAKING NEWS

ପୂର୍ବତନ ସିଜିଆଇ ରଞ୍ଜନ ଗୋଗୋଇ ହୋଇପାରନ୍ତି ଆସାମ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ଗୌହାଟି: ଆସନ୍ତା ବର୍ଷ ଆସାମରେ ହେବାକୁ ବିଧାନସଭା ନିର୍ବାଚନରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜିଆଇ) ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କଂଗ୍ରେସର ଭେଟେରାନ୍ ନେତା ତରୁଣ ଗୋଗେଇ ଦାବି କରିଛନ୍ତି ।

BjdElectrycity

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଦି ସିଜିଆଇ ରାଜ୍ୟସଭାକୁ ଯାଇପାରନ୍ତି, ତେବେ ସେ ବିଜେପିର ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ହୋଇପାରନ୍ତି ବୋଲି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଦାବି କରିଛନ୍ତି ।

ତରୁଣ ଆହୁରି କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିର ମାମଲାର ବିଚାରରେ ବିଜେପି ତାଙ୍କ ଉପରେ ଖୁସି ଅଛି । ଯାହା ଫଳରେ ରାଜନୀତିରେ ପ୍ରବେଶ କରିବା ତାଙ୍କ ପାଇଁ ଖୁବ୍ ସହଜ ।

ଏପରିକି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେନି ବୋଲି ‘ହିନ୍ଦୁ’ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.