Latest Odisha News

BREAKING NEWS

କେତେ ପ୍ରତିଶତ କମିବ ସିଲାବସ, ସପ୍ତାହ ଭିତରେ ଦୂର ହେବ ଦ୍ୱନ୍ଦ୍ୱ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପାଠପଢା ପ୍ରଭାବିତ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ସିଲାବସ୍ ହ୍ରାସ ନିଷ୍ପତ୍ତି ଉପରେ । ଏହାରି ଭିତରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସିଲାବସ୍ ହ୍ରାସ ସମ୍ପର୍କରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ମାଧ୍ୟମରେ ଯାଂଚ ଚାଲିଛି । ତିନି ବିଶେଷଜ୍ଞ କମିଟି ରିପୋର୍ଟ ଦେଇସାରିଛନ୍ତି ।

ଆସନ୍ତା ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର ହେବ । ତେବେ ପାଠ୍ୟକ୍ରମ କେତେ ପ୍ରତିଶତ କମିବ ସେନେଇ ଏଯାଏ ନିଷ୍ପତ୍ତି ହୋଇନି । ସିବିଏସଇ ସିଲାବସ୍ କାଟିବା ପରେ କିଛି ବିଷୟକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । ତାହା ଯେପରି ନହେଉ ତାଉପରେ ନଜର ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । କେତେ ପ୍ରତିଶତ ସିଲାବସ୍ କଟାଯିବ ତାହା ସ୍କୁଲ ଖୋଲିବା ଉପରେ ନିର୍ଭର କରୁଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.