ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗୁଛି କରୋନା । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୭ ହଜାର ୨୬୬ ନୂଆ ପଜିଟିଭ୍ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧କୁ ବୃଦ୍ଧି ପାଇଛି ।
ସଂକ୍ରମଣ ସହ ଦେଶରେ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ହଜାରେ ୫୭ ଜୀବନ ନେଇଛି କରୋନା । ବର୍ତ୍ତମାନ ସୁଦ୍ଧା ଦେଶରେ ୬୧ ହଜାର ୫୨୯ ଭୂତାଣୁ ସଂକ୍ରମିତ ପ୍ରାଣ ହରାଇଲେଣି ।
କ୍ରଗାମତ ତୃତୀୟ ଦିନ ପାଇଁ ଦେଶରେ ହଜାରେରୁ ଅଧିକ ଆକ୍ରନ୍ତଙ୍କ ମୃତ୍ୟୁ ହେଲାଣି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୮୨ % । ସୁସ୍ଥ ହେଲେଣି ୭୬.୨୮% କରୋନା ଆକ୍ରାନ୍ତ । ଆକ୍ଟିଭ୍ କେସ୍ ୨୧.୯୦% ରହିଛି ।
Comments are closed.