କଲମ୍ବୋ: ଭାରତ-ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖା ଦେଇଛି । ଶ୍ରୀଲଙ୍କାର ବ୍ୟାଟିଂ କୋଚ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଏବେ ସିରିଜକୁ ୧୩ ବଦଳରେ ୧୭ ଜୁଲାଇରେ କରିବା ପାଇଁ ଯୋଜନା ଚାଲିଛି । ଏହି ସିରିଜରେ ଟିମ୍ ଇଣ୍ଡିଆ କେତେଗୁଡିଏ ଉପଲବ୍ଧି ହାସଲ କରିବା ଲକ୍ଷ୍ୟରେ ରହିଛି ।
ଗବର ହେବେ ବୟସ୍କ ଭାରତୀୟ ଅଧିନାୟକ: ଗବର ଭାବେ ପରିଚିତ ଶିଖର ଧାୱନ ପ୍ରଥମ ଦିନିକିଆରେ ପଡିଆରେ ପାଦ ଦେବା ମାତ୍ରେ ଭାରତର ସବୁଠାରୁ ବୟସ୍କ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ଧାୱନଙ୍କୁ ଏବେ ୩୫ ବର୍ଷ ୨୨୦ ଦିନ । ସେ ଭାରତ ୨୫ତମ ଅଧିନାୟକ ହେବେ । ଆନ୍ତର୍ଜାତୀୟସ୍ତରରେ ୱେଷ୍ଟଇଣ୍ଡିଜର ଫ୍ଲାୟଡ ରିଫର (୩୭ ବର୍ଷ) ଓ ପାକିସ୍ତାନର ମହମ୍ମଦ ହାଫିଜ (୩୬) ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି ।
କମାଲ କରିବେ ପାଣ୍ଡ୍ୟା ଏବଂ ଚହର ବ୍ରଦର୍ସ: ସେହିପରି ପାଣ୍ଡ୍ୟା(ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା) ଏବଂ ଚହର(ରାହୁଲ ଏବଂ ଦୀପକ) ବ୍ରଦର୍ସ ଏହି ମ୍ୟାଚରେ ଖେଳିଲେ ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବ । ୧୯୩୪ରେ ଚେପକ ଷ୍ଟାଡିୟମରେ ସିକେ ନାଇଡୁ, ସିଏମ ନାଇଡୁ ଏବଂ ନାଜିର ଅଲୀ ଓ ମୁସ୍ତାକ ଅଲୀ ଭାରତ ପକ୍ଷରୁ ଖେଳି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ।
ଦ୍ରୁତ ୧୦୦୦ ରନ ସଂଗ୍ରହରେ ଆମଲାଙ୍କୁ ପଛରେ ପକାଇବେ ଧାୱନ: ଏହି ସିରିଜ ମାଧ୍ୟମରେ ଧାୱନ ଶ୍ରୀଲଙ୍କା ବିପକ୍ଷରେ ଦ୍ରୁତ ୧୦୦୦ ରନ ସଂଗ୍ରହ କରିବାରେ ଦକ୍ଷିଣ ଆଫ୍ରିକାରେ ହାସିମ ଆମଲାଙ୍କୁ ପଛରେ ପକାଇ ପାରନ୍ତି । ଆମଲା ୧୮ ଇନିଂସରେ ୧୦୦୦ ରନ ପୂର୍ଣ୍ଣ କରିଥିବା ବେଳେ ଧାୱନ ୧୬ ଇନିଂସରେ ୯୮୩ ରନ କରିଛନ୍ତି ।
ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ବିଜୟ ହାସଲର ସୁଯୋଗ: ଭାରତ ଏହି ସିରିଜକୁ ୩-୦, ୨-୦ କିମ୍ବା ୨-୧ରେ ଜିତିଲେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ କରିବ ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.