Latest Odisha News

BREAKING NEWS

ଯୋଗୀଙ୍କ ଜନସଂଖ୍ୟା ହ୍ରାସ ଫର୍ମୂଲା: ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ସୁବିଧାରେ କାଣ୍ଟଛାଣ୍ଟ

ଲକ୍ଷ୍ନୌ: ଜନସଂଖ୍ୟା ହ୍ରାସ ପାଇଁ ଉତ୍ତରପ୍ରଦେଶରେ ଯୋଗୀ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୁଇରୁ ଅଧିକ ପିଲା ଥିବା ବାପା-ମାଆଙ୍କୁ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଗୋଟିଏ ପିଲାର ବାମା-ମାଆଙ୍କ ନେକ ସରକାରୀ ସୁବିଧା ଉପଲବ୍ଧ ହେବ । ଉତ୍ତରପ୍ରଦେଶ ଜନସଂଖ୍ୟା ବିଧେୟକ ୨୦୨୧ ନେଇ ଜନସାଧାରଣଙ୍କର ମତାମତ ଲୋଡ଼ିଛନ୍ତି ସରକାର ।
କେଉଁ ସୁବିଧା ମିଳିବ ନାହିଁ ? 
ନୂଆ ଆଇନରେ ଥିବା ପ୍ରସ୍ତାବ ଅନୁସାରେ, ଯାହାର ଦୁଇରୁ ଅଧିକ ସନ୍ତାନ ଥିବ ସେମାନେ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ । ୭୭ଟି ସରକାରୀ ଯୋଜନାରେ ଅନୁଦାନର ଲାଭ ସେମାନଙ୍କୁ ମିଳିବ ନାହିଁ । ଏଥିସହ ସ୍ଥାନୀୟ ନିର୍ବାଚନ ବି ଲଢ଼ିପାରିବେ ନାହିଁ ।
କଣ ମିଳିବ ସୁବିଧା ? 
ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀ ଗୋଟିଏ ସନ୍ତାନ ନୀତି ଆପଣାଇବେ ସେମାନଙ୍କୁ ଇନକ୍ରିମେଣ୍ଟ, ପ୍ରମୋସନ ସହ ସରକାରୀ ଆବାସ ଯୋଜନାରେ ଛାଡ ଭଳି ସୁବିଧା ମିଳିବ । ଦୁଇଟି ପିଲାର ମାଆ-ବାପା ସରକାରୀ ଚାକିର କରୁନଥିଲେ ସେମାନଙ୍କୁ ବିଜୁଳି, ପାନୀୟ ଜଳ, ହାଉସ୍ ଟ୍ୟାକ୍ସ, ହୋମ୍ ଲୋନରେ ଛାଡ଼ ଭଳି ସୁବିଧା ଦେବେ ସରକାର ।
ଆଇନ ଲାଗୁ ହେଲେ ଦିଆଯିବ ଶପଥପତ୍ର
ନିୟମ ଲାଗୁ ହେବାର ବର୍ଷେ ଭିତରେ ସବୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଶପଥପତ୍ର ପ୍ରଦାନ କରାଯିବ । ସ୍ଥାନୀୟ ନିର୍ବାଚନ ଜିତିଥିବା ଜନପ୍ରତିନିଧିଙ୍କୁ ବି ଦିଆଯିବ ଶପଥପତ୍ର । ସ୍ଥାନୀୟ ଜନପ୍ରତିନିଧି ଯାହାର ଦୁଇଟି ସନ୍ତାନ ଅଛି ଓ ଶପଥପତ୍ର ପରେ ତୃତୀୟ ସନ୍ତାନ କଲେ ସେକ୍ଷେତ୍ରରେ ନିର୍ବାଚନକୁ ରଦ୍ଦ କରିବା ସହ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ପ୍ରସ୍ତାବ ରହିଛି ।

ସେହିପରି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରମୋସନ ସହ ବରଖାସ୍ତ କରିବା ପ୍ରସ୍ତାବ ରହିଛି । ନୂଆ ଡ୍ରାଫ୍ଟକୁ ସରକାରୀ ଓ୍ୱେବସାଇଟରେ ଅପଲୋଡ୍ କରାଯାଇଛି । ଆସନ୍ତା ୧୯ ତାରିଖ ସୁଦ୍ଧା ଲୋକଙ୍କୁ ମତାମତ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.