Latest Odisha News

BREAKING NEWS

ରୋଜ ଡେ’ ଅବସରରେ ଆଜି ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ସିନେମା…

ମୁମ୍ବାଇ: ଆଜିଠୁ ଆରମ୍ଭ ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ ରୋଜ ଡେ’ ଅବସରରେ ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ବଲିଉଡ ସିନେମା।

ଗୋଟିଏ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ ହୋଇଥିବା ବେଳେ ଅନ୍ୟଟି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ ।

ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ମଲଙ୍ଗ ସିନେମାରେ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ‘ମଲଙ୍ଗ୍‍’ର ଟ୍ରେଲର ରିଲିଜ ପରେ ଏହାକୁ ବେଶ୍ ଲୋକପ୍ରିୟତା ମଧ୍ୟ ମିଳିଛି ।

ଅନ୍ୟପଟେ କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ର ଟ୍ରେଲରକୁ ଦର୍ଶକମାନେ ଖୁବ୍‍ ପସନ୍ଦ କରିଥିଲେ। ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାଟିରେ ମୁଖ୍ୟ କଳାକାର ଆଦିଲ ଖାନ ଓ ସାଦିୟା ନଜର ଆସିବେ। ଏହି ସିନେମାରେ ସବୁଠାରୁ ଖାସ୍‍ କଥା ହେଉଛି ଚଳଚ୍ଚିତ୍ରକୁ ବାସ୍ତବିକ ରୂପ ଦେବା ପାଇଁ ଏଥିରେ ୪ ହଜାର ଅସଲି କାଶ୍ମୀର ପଣ୍ଡିତଙ୍କୁ ସାମିଲ କରାଯାଇଛି।

Leave A Reply

Your email address will not be published.