Latest Odisha News

BREAKING NEWS

କେନ୍ଦୁଝର ହାତୀ ମୃତ୍ୟୁ ଘଟଣା: ଟ୍ରେନ୍ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ଲକ ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ଏହି ଘଟଣାରେ ବନବିଭାଗ ଆଜି ସମ୍ପୃକ୍ତ ମାଲଗାଡ଼ିର ଡ୍ରାଇଭରଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଡିଏଫଓ ସନ୍ତୋଷ କୁମାର ଯୋଶୀ ଘଟଣା ସମ୍ପର୍କରେ କହିଛନ୍ତି “ହାତୀ ପଲଙ୍କ ଚଳପ୍ରଚଳ ନେଇ ବନବିଭାଗ ଖୋର୍ଦ୍ଧା ରେଲେଓ୍ଵ କଂଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଏହାକୁ ନେଇ ଟ୍ରେନ୍ ବେଗ ହ୍ରାସ କରିବା ପାଇଁ ରେଳବାଇ ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା” ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ହାତୀପଲ ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବା ବେଳେ ଏକ ମାଲଗାଡ଼ି ଆସଥିଲା। ଗୋଟିଏ ମାଈ ହାତୀ ଟ୍ରେଡ଼୍ ଲାଇନ ପାର ହୋଇ ନ ଥିବାରୁ ଏହି ହାତୀଟିକୁ ମାଲଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମାଈ ହାତୀଟିର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିଥିଲେ ।

ଅନ୍ୟପକ୍ଷରେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୭ଟା ମଧ୍ୟରେ ଟ୍ରେନ ଗୁଡିକ ଘଣ୍ଟା ପ୍ରତି ୫-୧୦କିମି. ବେଗରେ ଯିବା ପାଇଁ ଲୋକୋ ପାଇଲଟ ମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ରହିଛି ।

ତେଣୁ ଲୋକୋ ପାଇଲଟଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.