Latest Odisha News

ସମଲେଶ୍ଵରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠା ମନା

ସମ୍ବଲପୁର: ସମଲେଶ୍ଵରୀ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ସମ୍ବଲପୁର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରିଲ୍ସ ଏବଂ ପ୍ରି ୱେଡିଂ ଭିଡିଓ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମନ୍ଦିରର ପବିତ୍ରତା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କାରଣ ବେଳେ ବେଳେ ଦେଖାଯାଇଛି ଯେ ସୁଟିଂ ନାଁରେ ଆପତ୍ତି ଜନକ କାର୍ଯ୍ୟ କରାଯାଉଛି।

ମନ୍ଦିରର ପବିତ୍ରତା ରକ୍ଷା କରିବା ସମସ୍ତ ଭକ୍ତଙ୍କ ନୈତିକ ଦାୟିତ୍ବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.