Latest Odisha News

BREAKING NEWS

ବିହାର ସରକାରଙ୍କୁ ଝଟକା, ସଂରକ୍ଷଣ ନିର୍ଦ୍ଦେଶ ଉପରେ ଲାଗିବନି ରୋକ

ପାଟଣା: ବିହାରର ସଂରକ୍ଷଣ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୋମବାର ଦିନ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ।

ବିହାର ସରକାର ଜାତି ସଂରକ୍ଷଣ ସୀମାକୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପାଟନା ହାଇକୋର୍ଟ ଏହା ଉପରେ ରୋକ ଲଗାଇବାରୁ ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ଏକ ବେଞ୍ଚ ବିହାର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ବର୍ତ୍ତମାନ କୌଣସି ରୋକ ଲଗାଇନଥିବା ବେଳେ ଆଗାମୀ ସେପ୍ଟେମ୍ବରରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ‘ଆମେ ଏହି ପ୍ରସଙ୍ଗରେ ନୋଟିସ ଜାରି କରୁଛୁ। ସେପ୍ଟେମ୍ବରରେ ଶୁଣାଣି ହେବ, କିନ୍ତୁ ସେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଥିଲେ।

ଏହା ଉପରେ ବିହାର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତୁରନ୍ତ ନିଷ୍ପତ୍ତି ପାଇଁ କୋର୍ଟରେ ଆବେଦନ କରିଥିଲେ। ସେ କହିଥିଲେ, ବର୍ଦ୍ଧିତ ସଂରକ୍ଷଣ ଅଧୀନରେ ଅନେକ ଚାକିରି ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ସାକ୍ଷାତକାର ଚାଲିଛି। ଏହି ସାକ୍ଷାତକାରରେ ହଜାର ହଜାର ପ୍ରାର୍ଥୀ ସାମିଲ ହୋଇଛନ୍ତି। ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ ନିଷ୍ପତ୍ତି ନିଆଯିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ।

Comments are closed.