Latest Odisha News

BREAKING NEWS

କ୍ଷମା ମାଗିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ

ନୂଆଦିଲ୍ଲୀ : ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ନେଇ ଲୋକଙ୍କ ନରବନ୍ଦୀ ହୋଇଥିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’(ଏଆଇୟୁଡିଏଫ୍‌)ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ  । ସେ କହିଥିଲେ ଯେ, ଅଧିକ ସନ୍ତାନ ଜନ୍ମ କରାଇବା ଲାଗି ମୁସଲମାନଙ୍କ ପରି ହିନ୍ଦୁମାନେ ସେମାନଙ୍କର ସନ୍ତାନ ସନ୍ତତିଙ୍କୁ ତରୁଣ ବୟସରେ ବିବାହ ଦେବା ଉଚିତ। ତାଙ୍କର ଏଭଳି ମନ୍ତବ୍ୟକୁ ପାଇଁ ସେ ସମାଲୋଚନାର ଶିକାର ହୋଇଥିଲେ  । ଏହି ଘଟଣାର ଦିନକ ପରେ ସେ କ୍ଷମା ମାଗିଛନ୍ତି  ।

ଅଜମଲଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରି ‘ବିଜେପି’ ବିଧାୟକ ଦିଗନ୍ତ କଲିତା କହିଥିଲେ, ସେ ବାଂଲାଦେଶକୁ ଚାଲିଯିବା ଉଚିତ। ଆମର ତାଙ୍କଠାରୁ କିଛି ଶିକ୍ଷା କରିବାର ନାହିଁ। ଏଇଟା ରାମସୀତାଙ୍କ ଦେଶ। ଏଠାରେ ବାଂଲାଦେଶୀଙ୍କୁ ସ୍ଥାନ ନାହିଁ । ମୁସଲ୍‌ମାନଙ୍କଠାରୁ ଆମର କିଛି ଶିଖିବାର ନାହିଁ ।

ଏଥି ସହ ବିଜେପି ମୁଖପାତ୍ର ରଞ୍ଜୀବ ଶର୍ମା କହିଛନ୍ତି ଯେ, ଅଜମଲ ଆମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିଥିବା ଶବ୍ଦକୁ ସମଗ୍ର ସଭ୍ୟ ସମାଜ ଚ୍ୟାଲେଞ୍ଜ କରିବା ଉଚିତ।

ତେବେ ଏଆଇୟୁଡିଏଫ୍‌ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ୍‌ କହିଛନ୍ତି, ତାଙ୍କର ଏଭଳି ମନ୍ତବ୍ୟ ଯୋଗୁଁ ସେ ଲଜ୍ଜିତ ଅଛନ୍ତି  । ସେ କୌଣସି ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଦେଇଥିବା ମନ୍ତବ୍ୟ ପାଇଁ ସେ ଦୁଃଖିତ । ଜଣେ ବରିଷ୍ଠ ନେତା ହିସାବରେ ସେ ଏଭଳି ମନ୍ତବ୍ୟ ଦେବା ଅନୁଚିତ ।  ତାଙ୍କ ମନ୍ତବ୍ୟ ଯୋଗୁଁ କଷ୍ଟ ପାଇଥିବା ସମସ୍ତଙ୍କୁ ସେ କ୍ଷମା ଭିକ୍ଷା କରୁଛନ୍ତି । ଏଥିସହ ସେ କହିଛନ୍ତି ସରକାର ସଂଖ୍ୟାଲଘୁଙ୍କ ପ୍ରତି ଉଚିତ ବିଚାର କରିବା ସହ ଯଥାଶୀଘ୍ର ସେମାନଙ୍କୁ ଶିକ୍ଷା ଏବଂ କର୍ମସଂସ୍ଥାନ ଯୋଗାଇ ଦିଅନ୍ତୁ । ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ବି ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.