Latest Odisha News

BREAKING NEWS

ଲକଡାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଂସ୍ଥାକୁ ରିହାତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ପ୍ରଭାବରେ ଅନେକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି କିମ୍ବା କେତେକ ଜରୁରିକାଳୀନ ସେବା ଅଳ୍ପ କର୍ମଚାରୀଙ୍କ ସହାୟତାରେ ଚାଲୁ ରଖାଯାଇଛି । ଏଥିରୁ ଉତ୍ପନ୍ନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଆର୍ଥିକ ଜୋନରେ କାର୍ଯ୍ୟରତ ବିଭିନ୍ନ ୟୁନିଟ ପାଇଁ କୋହଳ ନିୟମ ଘୋଷଣା କରିଛି ।

ସ୍ୱତନ୍ତ୍ର ଆର୍ଥିକ ଜୋନରେ ୫ ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଥିବା ବା ବାଣିଜ୍ୟିକ କାରବାର ଆରମ୍ଭ କରିବାକୁ ଯାଉଥିବା ୟୁନିଟ ପାଇଁ ବାର୍ଷିକ କାର୍ଯ୍ୟ ଦକ୍ଷତା ରିପୋର୍ଟ ବା ଅନୁମୋଦନ ପ୍ରମାଣପତ୍ରର ଅବଧି ନେଇ ରିହାତି ଘୋଷଣା କରାଯାଇଛି ।

ଏଥିରେ କାର୍ଯ୍ୟରତ କମ୍ପାନୀ ବା ସଂସ୍ଥାଗୁଡିକର ଅବଧି ଶେଷ ହେଉଥିଲେ ବା କୌଣସି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରୁନଥିଲେ ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସ୍ୱତନ୍ତ୍ର ଆର୍ଥିକ ଜୋନର ଉନ୍ନୟନ ଆୟୁକ୍ତମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା’ଛଡା ସେମାନଙ୍କ ଅନୁମୋଦନ ପତ୍ରର ଅବଧି ଶେଷ ହେବାକୁ ଯାଉଥିଲେ ସେଗୁଡିକୁ ଅନଲାଇନରେ ସମୟକ୍ରମେ ଅନୁମୋଦନ କରିବାକୁ କୁହାଯାଇଛି ।

ଯେଉଁଠି ଇ-ଆପ୍ରୁଭାଲ ସମ୍ଭବ ନୁହେଁ ଓ ସଂସ୍ଥାକୁ ବ୍ୟକ୍ତିଗତ ଭାବେ ଉପସ୍ଥିତି ହେବାକୁ ଆବଶ୍ୟକତା ରହିଛି, ସେ କ୍ଷେତ୍ରରେ ଅବଧି ପୂରଣ ହେଉଥିଲେ ମଧ୍ୟ ସଂସ୍ଥା ଯେପରି ଅସୁବିଧାରେ ନ ପଡେ, ତାହାର ବ୍ୟବସ୍ଥା କରିବାକୁ ଉନ୍ନୟନ ଆୟୁକ୍ତମାନଙ୍କୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସାମୟିକ ଅନୁମୋଦନ ଦେବା କିମ୍ବା ବିବାଦୀୟ ଚୁଡାନ୍ତ ନିଷ୍ପତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଯାଇଛି ।

Leave A Reply

Your email address will not be published.