Latest Odisha News

BREAKING NEWS

ଆଗୁଆ ଦରମା ନେବାକୁ ମନା କଲେ ଭିମସାରର ଡାକ୍ତର

ବୁର୍ଲା: ଡାକ୍ତରଙ୍କୁ ଆଗୁଆ ୪ ମାସର ଦରମା ଦେବା ଘୋଷଣାକୁ ପ୍ରତ୍ୟାଖ୍ୟାନ କଲେ ଭିମସାର ଡାକ୍ତର । ଦରମା ଆଗୁଆ ନ ଦେଇ ଏହି ଟଙ୍କାକୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଜରିଆରେ ଅନୁରୋଧ କରିଛି ଭିମସାର ଡାକ୍ତର ସଂଘ ।

ଦେଶର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଦରମା ନୁହେଁ ବରଂ ଡାକ୍ତରମାନଙ୍କୁ ଉନ୍ନତ ମାନର ମାସ୍କ ଓ ପିପିଇ ଯୋଗାଇ ଦେବାକୁ ସଂଘର ସଭାପତି ଡାକ୍ତର ଶଙ୍କର ରାମଚନ୍ଦାନି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.