Latest Odisha News

କୋଭିଡ-୧୯: ଏଣିକି ସରକାରଙ୍କୁ ପ୍ରତି ଘଣ୍ଟାରେ ସରକାରଙ୍କୁ ସେଲ୍‌ଫି ପଠାଇବେ ନିର୍ଦ୍ଦେଶିତ ସଙ୍ଗରୋଧକାରୀ !

କର୍ଣ୍ଣ।ଟକ: ସରକାର ଯେଉଁ ଲୋକମାନଙ୍କୁ ବାସଗୃହ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଏଣିକି ସେମାନଙ୍କୁ ପ୍ରତି ଘଣ୍ଟାରେ ସେଲଫି ପଠାଇବା ପାଇଁ ନୂତନ ଆଦେଶ ମିଳିଛି ।

ସାରା ଦେଶରେ କରୋନାଭାଇରସ୍ ମାମଲା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

କର୍ଣ୍ଣ।ଟକ ସରକାର ଯେଉଁ ଲୋକଙ୍କୁ ସଙ୍ଗରୋଧ ପାଇଁ ଆଦେଶ ଦେଇଥିଲେ, ଏବେ ସେମାନଙ୍କୁ ପ୍ରତି ଦିନ ୧୪ଟି ସେଲ୍‌ଫି ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାତି ୧୦ ରୁ ସକାଳ ୭ ପର୍ଯ୍ୟନ୍ତ ଶୋଇବା ସମୟକୁ ଛାଡି ଅନ୍ୟ ବଳକା ସମୟରେ ପ୍ରତି ଘଣ୍ଟାରେ ଗୋଟିଏ ଲେଖାଏଁ ସେଲ୍‌ଫି ପଠାଇବେ ସଙ୍ଗରୋଧକାରୀ ।

ଯଦି କେହି ଏହି ନିର୍ଦ୍ଦେଶର ଅମାନ୍ୟ କରନ୍ତି , ତେବେ ସେମାନଙ୍କୁ ସରକାରଙ୍କ ସାମୁହିକ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ ବୋଲି କହିଛନ୍ତି କର୍ଣ୍ଣ।ଟକ ମନ୍ତ୍ରୀ ଡ. କେ. ସୁଧାକର ।

Leave A Reply

Your email address will not be published.