Latest Odisha News

BREAKING NEWS

ଲଜ୍ଜା: ନିଜ ମାମୁଁ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ୧୦ମ ଶ୍ରେଣୀ ଛାତ୍ରୀ !

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରଠାରେ ଛଅ ମାସ ପୂର୍ବରୁ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି ।

ପୋଲିସ ସୂତ୍ରରୁ ସୂଚନା ମିଳିଛି ଯେ, ଗିରଫ ଅଭିଯୁକ୍ତ ଜଣକ ହେଲେ ବନ୍ଧୁଗାଁ ନିକଟବର୍ତ୍ତୀ ସୋଡ଼ବାଦି ଗ୍ରାମର ଲମ୍ବୋଦର ବେଣିଆ । ସେ ପୀଡ଼ିତାଙ୍କ ସମ୍ପର୍କୀୟ ।

ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଯୁବକ ଜଣକ ପୀଡ଼ିତାଙ୍କ ସ୍କୁଲରେ ପହଞ୍ଚି ତାଙ୍କର ମାମୁଁ ବୋଲି ପରିଚୟ ଦେଇଥିଲେ । ଘରେ ଛାତ୍ରୀଙ୍କ ମାଆଙ୍କର ଦେହ ଭୀଷଣ ଖରାପ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ କହି ପୀଡ଼ିତାଙ୍କୁ କାରରେ ସେଠାରୁ ନେଇ ଆସିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ଜଣକଙ୍କୁ ଅଭିଯୁକ୍ତ ମାମୁଁ ଜଣକ ଦୁଷ୍କର୍ମ କରିଥିଲେ ।

ଅଭିଯୁକ୍ତ ବେଣିଆ ବିରୋଧରେ ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଏତଲା ଦିଆଯିବା ପରେ ଏହି ଘଟଣା ପଦାକୁ ଆସିଥିଲା । ପୋଲିସ ଏନେଇ ଘଟଣା ପରଠାରୁ ଛାନଭିନ୍ନ ଆରମ୍ଭ କରିଦେଇଥିଲେ ମଧ୍ୟ ଆସାମୀ ମାମୁଁ ଜଣକ ଫେରାର୍ ରହିଥିଲେ । ତେବେ ଗୁରୁବାର ଦିନ ପୋଲିସ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରିଛି ।

ପୋଲିସ ଏହି ଦୁଷ୍କର୍ମ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିବାକୁ ବ୍ୟବସ୍ଥା କରୁଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.