Latest Odisha News

BREAKING NEWS

ମୁକ୍ତିଲାଭ କଲା ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’ । ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକଙ୍କ ୮୫ତମ ଜନ୍ମଦିନ ଅବସରରେ ‘ମୋ ଟିଭି’ ବ୍ୟାନରରେ ଏକ ନୂତନ ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’ ମୁକ୍ତିଲାଭ କରିଛି ।
ସୀମିତ ଦର୍ଶକଙ୍କ ଗହଣରେ କୋଭିଡ୍ ନୀତିକୁ ଅନୁପାଳନ କରି ପ୍ରିଲିୟୁଡ୍ ପ୍ରଡକ୍ସନ୍ ପକ୍ଷରୁ ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’
ମୁକ୍ତିଲାଭ କରିଥିଲା ।

ଗୀତିକାର ଶ୍ରୀଯୁକ୍ତ ସଚ୍ଚି ମହାନ୍ତି ଏହି ସଙ୍ଗୀତ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ ସ୍ୱର ସଂଯୋଜନା କରିଥିଲେ। ପ୍ରଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ସାନୁ ରଥ ଏହି ବାଲିଘର ସଙ୍ଗୀତ ମାଧ୍ୟମରେ ଦୁଇଜଣ କିମ୍ବଦନ୍ତୀଙ୍କ ସହଯୋଗରେ ଓଡିଆ ସଙ୍ଗୀତ ଏବଂ ସାହିତ୍ୟର ସୁବର୍ଣ୍ଣ ଯୁଗକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିଥିଲେ।

ଏହି ସଙ୍ଗୀତଟି ସମ୍ପୂର୍ଣ୍ଣ ଓଡିଆ ଭାଷାକୁ ନେଇ ପ୍ରସ୍ତୁତ ହୋଇଛି ଯେଉଁଥିରେ ଅନ୍ୟ କୌଣସି ଭାଷାର ପ୍ରୟୋଗ କରାଯାଇନାହିଁ ।
ପ୍ରଣବ କିଶୋରଙ୍କ ଜୀବନୀ ଆଧାରିତ ଏକ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା

ମାସିକ ପତ୍ରିକା MY CITY LINKS ପକ୍ଷରୁ ସଙ୍ଗୀତ ଆଲବମ୍ ‘ବାଲିଘର’ର ମୁକ୍ତିଲାଭ ପରେ ବିଶେଷ ଭାବରେ
ଡିଜାଇନ୍ କରାଯାଇଥିବା ଚଳିତ ବର୍ଷର କ୍ୟାଲେଣ୍ଡରକୁ ଉନ୍ମୋଚନ କରାଯାଇଥିଲା। ଓଡିଶାର ଡିଜାଇନର୍ମାନଙ୍କୁ ପ୍ରୋତ୍ସାହିତ କରିବା
ପାଇଁ ବିଭିନ୍ନ ଡିଜାଇନର ବେଶଭୂଷାରେ ସୁସଜ୍ଜିତ ଭିନ୍ନ ଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଓଡିଶାର ଆଇକନଙ୍କୁ ନେଇ
MY CITY LINKS କ୍ୟାଲେଣ୍ଡରର ପରିକଳ୍ପନା କରାଯାଇଥିଲା।

ଅତ୍ୟନ୍ତ ସୃଜନଶୀଳତା ସହ ଉଭୟ ଡିଜାଇନର୍ ଏବଂ ଆଇକନ୍ମାନଙ୍କର ମତକୁ ସ୍ଥାନିତ କରି କ୍ୟାଲେଣ୍ଡରର ପ୍ରତ୍ୟେକଟି ପୃଷ୍ଠାକୁ ପ୍ରସ୍ତୁତ କରାଯାଇଛି।  ଉତ୍କଳ ଷ୍ଟିଲ୍ ଆଣ୍ଡ୍ ପାୱାର ପ୍ରାଇଭେଟ୍ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ଦାସ ଅତିଥି ଭାବରେ
ଯୋଗଦାନ କରିଥିଲେ।

 

Comments are closed, but trackbacks and pingbacks are open.