ନୂଆଦିଲ୍ଲୀ: ୪୦ କୋଟି ଗ୍ରାହକ ଥିବା ରିଲାଏନ୍ସ ଜିଓ ଦେଶର ପ୍ରଥମ ମୋବାଇଲ୍ ଫୋନ୍ ଅପରେଟର କମ୍ପାନୀ ହୋଇପାରିଛି। ଜୁଲାଇରେ ଏହା ୩.୫ ମିଲିୟନରୁ ଅଧିକ ଗ୍ରାହକଙ୍କୁ ଯୋଡିବାରେ ସକ୍ଷମ ହୋଇଥିଲା।
ଅବଶ୍ୟ ଏହାର ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଠାରୁ ବେଶ୍ ବଡ। ଟେଲିକମ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ ( ଟ୍ରାଇ)ର ଆକଳନ ଅନୁଯାୟୀ, ଜୁଲାଇରେ ଜିଓ ଗ୍ରାହକଙ୍କ ସଂଖ୍ୟା ୪୦.୦୮ କୋଟି ଅତିକ୍ରମ କରିଥିଲା।
ଏହା ମୋଟ ମୋବାଇଲ୍ ବ୍ୟବହାରକାରୀଙ୍କ ୩୫.୦୩ ପ୍ରତିଶତ। ସେମାନଙ୍କ ମଧ୍ୟରୁ ୭୮.୦୯ ପ୍ରତିଶତ ହେଉଛନ୍ତି ସକ୍ରିୟ ଉପଭୋକ୍ତା। ଭାରତୀ ଏୟାରଟେଲ ଜୁଲାଇ ଶେଷ ସୁଦ୍ଧା ୩୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଯୋଡିବାରେ ସଫଳ ହୋଇପାରିଛି ଏବଂ ଏହାର ମୋଟ ଗ୍ରାହକଙ୍କ ସଂଖ୍ୟା ୩୧ କୋଟିରୁ ଅଧିକ।
ଏହା ମୋଟ ମୋବାଇଲ୍ ବ୍ୟବହାରକାରୀଙ୍କର ୨୭.୯୬ ପ୍ରତିଶତ। କିନ୍ତୁ ଏହାର ୯୭ ପ୍ରତିଶତ ଗ୍ରାହକ ସକ୍ରିୟ ଅଛନ୍ତି। ବାସ୍ତବରେ, ଲକ୍ଡାଉନ୍ ସମୟରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ବେରୋଜଗାର ହେବା କାରଣରୁ ଜିଓର ଇନ୍-ଆକ୍ଟିଭ୍ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଜିଓର 2G, 3G ଏବଂ 4G ସମେତ ଦେଶର ମୋଟ ଗ୍ରାହକଙ୍କ ସଂଖ୍ୟା ଏକ ବିଲିୟନରୁ ଅଧିକ। ବ୍ରଡ୍ବ୍ୟାଣ୍ଡ ସେବା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୭୦ ମିଲିୟନରୁ ଅଧିକକୁ ବୃଦ୍ଧି ପାଇଛି।
Comments are closed.