Latest Odisha News

ବିଗ ବଜାରର ୨୦୦ ଷ୍ଟୋର ଚଳାଇବ ରିଲାୟନ୍ସ ଇଣ୍ଡଷ୍ଟ୍ରି

ମୁମ୍ବାଇ: ଆମାଜନ ଓ ଫ୍ୟୁଚର ମଧ୍ୟରେ ଚାଲିଥିବା ଚୁକ୍ତି ବିବାଦ ମଧ୍ୟରେ ଆଜି କିନ୍ତୁ ରିଲାୟନ୍ସ ଇଣ୍ଡଷ୍ଟ୍ରି ବଡ ନିଷ୍ପତି ନେଇଛି । ରିଲାୟନ୍ସ ଫ୍ୟୁଚର ରିଟେଲ ଷ୍ଟୋର ହାତକୁ ନେବା ସହ କର୍ମଚାରୀମାନଙ୍କୁ ଚାକିରୀ ଦେବା ଆରମ୍ଭ କରିଛି । ଫ୍ୟୁଚର ଓ ଆମାଜନ ମଧ୍ୟରେ ବିଗ ବଜାରକୁ ନେଇ କେସ ଚାଲିଛି । ପାଖାପାଖି ୨୦୦ ଷ୍ଟୋର ଏବେ ରିଲାୟନ୍ସ ହାତମୁଠାକୁ ନେଇଛି । ସମସ୍ତଙ୍କ ହିତକୁ ଆଖି ଆଗରେ ରଖଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆମାଜନ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ । କାରୋବାର ବଜାୟ ରଖିବା ନେଇ କେତେକ ଲ୍ୟାଣ୍ଡଲର୍ଡ ରିଲାୟନ୍ସ ସହ ଯୋଗାଯୋଗ କରିବା ଫଳରେ କମ୍ପାନୀର ସାହସ ବଢ଼ିଥିଲା ।

Comments are closed, but trackbacks and pingbacks are open.