Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ଲକ୍କମା ଦେବୀ: ଚପଲ ମାଳରେ ମାନସିକ ପୂରଣ ବିଶ୍ୱାସ

ଭୁବନେଶ୍ୱର: ଆମ ଚାରିପାଖରେ ପ୍ରତିଦିନ କିଛି ନା କିଛି ଘଟଣା ଘଟୁଛି । ଯାହା ଆମେ ବିଶ୍ୱାସ ନକରିଲେ ବି ସତ। ସାଧାରଣତ ମଠ ମନ୍ଦିର ଓ ଆମ ସଂସ୍କୃତି ପ୍ରତି ଆମର ରହିଛି ଅନେକ ସମ୍ମାନ ଭାବ। ହେଲେ ଏମିତି କିଛି ମନ୍ଦିର ଆଉ ମନ୍ଦିରରେ ଘଟୁଥିବା ଘଟଣା ଶୁଣିଲେ ଧର୍ମ ପ୍ରତି କୁଠାରଘାତ କଲାଭଳି ଲାଗେ। ହେଲେ ଏହିି ଘଟଣା ସମ୍ପୁର୍ଣ୍ଣ ସତ ।   ମନ୍ଦିରରେ ବିଶେଷ କରି ଚପଲକୁ ଅନୁମତି ଦିଆଯାଇନଥାଏ। କେବଳ ମନ୍ଦିର ନୁହେଁ ଘର ମାନଙ୍କରେ ପୂଜା ପାଠ ସମୟରେ ଏହି ଚପଲକୁ ଦୂରରେ ରଖାଯାଇଥାଏ। ହେଲେ ଏମିତି କିଛି ମନ୍ଦିର ଅଛି ଯେଉଁଠି ଶ୍ରଦ୍ଧାଳୁ ମାନେ କିଛି ମାନସିକ ପୂରଣ କରିଲେ ଚପଲ ଅର୍ପଣ କରିଥାନ୍ତି ଦେବୀଙ୍କ ନିକଟରେ।
କର୍ଣ୍ଣାଟକ ଗୁଲବର୍ଗ ଲକ୍କମା ଦେବୀ ମନ୍ଦିରରେ ଅଦ୍ଭୁତ ପରମ୍ପରା। ଯେଉଁଠି ପରମ୍ପରା ଆଳରେ ଦେବୀଙ୍କୁ ଚଢାଯାଏ ଚପଲ ମାଳ।ଲକ୍କମା ଦେବୀ ମନ୍ଦିରରେ ପ୍ରତିବର୍ଷ ପାଦୁକା ମହୋତ୍ସବ ବା ୠକ୍ଟକ୍ଟଗ୍ଧଙ୍ଗରବକ୍ସ ୠରଗ୍ଦଗ୍ଧସଙ୍ଖବକ୍ଷ ଆୟୋଜିତ ହୋଇଥାଏ। ଯେଉଁଥିରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଚପଲ ମାଳ ଆଣି ଆସିଥାନ୍ତି। ଦୀପାବଳିର ଷଷ୍ଠ ଦିନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଲୋକମାନେ ଅତ୍ୟନ୍ତ ଉତ୍ସାହର ସହିତ ମାଆଙ୍କ ଆଗରେ ଚପଲର ମାଳଟିକୁ ଗଛରେ ଟାଙ୍ଗି ସେଠାରୁ ଚାଲିଯାଆନ୍ତି।

ଯେଉଁମାନେ ଚପଲ ମାଳ ଚଢ଼ାନ୍ତି ମାତା ସେମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। କୁହାଯାଏ ଯେ ଏହି ମନ୍ଦିରରେ ଦେବୀଙ୍କ ସମ୍ମୁଖରେ ପଶୁ ବଳି ବନ୍ଦ ହେବା ପରେ ଏହି ପାଦୁକା ପର୍ବ ଆରମ୍ଭ ହୋଇଥିଲା ।ମନ୍ଦିରରେ ଚପଲ ମାଳ ନେଇ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ମତ ମାନ ରହିଛି। ହେଲେ ବାସ୍ତବରେ ଦେବୀ ଆଉ ଏହି ଚପଲ ମାଳ ନେଇ କଣ ରହିଛି ରହସ୍ୟ କାହାକୁ ବି ଜଣାନାହିଁ।

ବହୁବାର ଘଟଣା ନେଇ ବିରୋଧ କରାଯାଇଥିଲେ ବି ଏଯାଏଁ ଏହି ରହସ୍ୟଭରା ପରମ୍ପରା ରହିଆସିଛି। . . .

Comments are closed, but trackbacks and pingbacks are open.