Latest Odisha News

BREAKING NEWS

ରଣଜୀ ଟ୍ରଫି : ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ସୌରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଇନିଂସ ପରାଜୟ ଏଡାଇବା ପାଇଁ ସଂଘର୍ଷ କରୁଛି । ଓଡିଶା ଏଥିପାଇଁ ଆଉ ୨୩୫ ରନ ଆବଶ୍ୟକ କରୁଛି । ପୂର୍ବରୁ ସୌରାଷ୍ଟ୍ରର ୫୦୧ ରନ ଜବାବରେ ଓଡିଶା ପ୍ରଥମ ଇନିଂସରେ ୧୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଛି । ଇନିଂସ ପରାଜୟ ଏଡାଇବା ପାଇଁ ଏବେ ଦଳ ଆଉ ୨୨୧ ରନ ଆବଶ୍ୟକ କରୁଛି ।

BjdElectrycity

ଶାନ୍ତନୁ ମିଶ୍ର ୬୫ ରନର ଆକର୍ଷଣୀୟ ଇନିଂସ ଖେଳିଛନ୍ତି । ଅନୁରାଗ ଷଡଙ୍ଗୀ(୭), ଦେବାଶୀଷ ସାମନ୍ତରାୟ(୯), ସନ୍ଦୀପ ପଟ୍ଟନାୟକ(୫) ବ୍ୟାଟିଂରେ ନିରାଶ କରିଛନ୍ତି । ସୌରାଷ୍ଟ୍ର ପକ୍ଷରୁ ଧର୍ମେନ୍ଦ୍ରସିଂ ଜାଡେଜା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ରବିବାର ମ୍ୟାଚର ଅନ୍ତିମ ଦିବସ ।

Comments are closed, but trackbacks and pingbacks are open.