Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାବର୍ଷ ଆରମ୍ଭରୁ ରିମେଡିଆଲ୍ କ୍ଲାସ୍

ଭୁବନେଶ୍ୱର: ଶିକ୍ଷାବର୍ଷ ଆରମ୍ଭରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ରିମେଡିଆଲ କ୍ଲାସ କରାଯିବ । ପ୍ରଥମ ଦୁଇ ତିନି ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରିମେଡିଆଲ କ୍ଲାସ ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଚଳିତବର୍ଷ କରୋନା ଯୋଗୁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହୋଇନି ।

ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କର ରିଭିଜନ୍ କ୍ଲାସ କରାଯିବ । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ପୁରୁଣା ପାଠ । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ ଘୋଷଣା କରିଛନ୍ତି ସରକାର ।

Leave A Reply

Your email address will not be published.