Latest Odisha News

ଭାରତର ଚିନ୍ତା ବଢ଼ାଉଛି ୫ ରାଜ୍ୟ, ଟିକା ନେଲେଣି ସାଢ଼େ ୩ କୋଟି ଲୋକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ୫ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ୨୮ ହଜାର ୯୦୩ ସଂକ୍ରମଣ ମାମଲାରୁ ଏହି ୫ ରାଜ୍ୟରୁ ୭୧.୧୦ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଏହାଛଡ଼ା ଦେଶରେ ଏବେ ୨ ଲକ୍ଷ ୩୪ ହଜାର ୪୦୬ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ମୋଟ ସଂକ୍ରମଣ ମାମଲାର ଏହା ୨.୦୫ ପ୍ରତିଶତ । ସକ୍ରିୟ ମାମଲାରେ ମହାରାଷ୍ଟ୍ର, କେରଳ ଓ ପଞ୍ଜାବ ୭୪.୪ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି । ଯେତେବେଳେ ମହାରାଷ୍ଟ୍ରରେ ଏକାକୀ ୬୦ ପ୍ରତିଶତ ସକ୍ରିୟ ମାମଲା ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନାରେ କାହାର ମୃତ୍ୟୁ ହୋଇନାହିଁ । ଅନ୍ୟପଟେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି । ଏଯାଏଁ ୩ କୋଟି ୫୦ ଲକ୍ଷ ୬୪ ହଜାର ୫୩୬ ଜଣ କରୋନା ଟିକା ନେଇଛନ୍ତି । ଗତକାଲି ମଙ୍ଗଳବାର ୨୧ ଲକ୍ଷରୁ ଅଧିକ ଲୋକ ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

Leave A Reply

Your email address will not be published.