Latest Odisha News

BREAKING NEWS

ଅନ୍‌ଲାଇନ୍‌ରେ ହେଲା ମା’ଙ୍କ ଆରାଧନା

ନୂଆଦିଲ୍ଲୀ: ବୋକାରୋ ସହରଠାରୁ ୩୦ କିଲୋମିଟର ଦୂରରେ ଥିବା ମାର୍‌ହା ଗ୍ରାମରେ କେବଳ ୨୦୦୦ ହଜାର ଲୋକ ବାସ କରନ୍ତି। ପ୍ରାୟ ୭୦୦ ବଙ୍ଗାଳୀ ପରିବାର ସହିତ, ଏହି ଗାଁରେ ସବୁଠାରୁ ନିଆରା ଦୁର୍ଗା ପୂଜା ଅନୁଷ୍ଠିତ ହୁଏ। ଏହି ପରମ୍ପରା ପ୍ରାୟ ୩୦୦ ବର୍ଷ ପୁରୁଣା। ସେଠାକାର ସ୍ଥାନୀୟ ବାସିନ୍ଦା ଘୋଷ ପରିବାର ଦ୍ୱାରା ପ୍ରତିବର୍ଷ ପରିଚାଳିତ ମା’ଙ୍କ ପୂଜା ଅତ୍ୟନ୍ତ ବିରଳ ବୋଲି ବିବେଚନା କରାଯାଏ।

ଏହି ପୂଜାର ବିଶେଷତା ହେଉଛି ଏଥିରେ ମାଙ୍କ ପ୍ରତିମୂର୍ତ୍ତି ଛଉ ମୁଖା ପିନ୍ଧିଲା ଭଳି ଦୃଶ୍ୟମାନ ହୁଏ। ଏଠାରେ ମାଙ୍କ ପ୍ରତିମୂର୍ତ୍ତି ସେହିଭଳି ଢଙ୍ଗରେ ଗଢାଯାଇଥାଏ। ଏହା ସ୍ଥାନୀୟ ଅଞ୍ଚଳର ଏକମାତ୍ର ପାରମ୍ପରିକ ପୂଜା। ତେବେ ଚଳିତ  ବର୍ଷ ମହାମାରୀ କରୋନା ଯୋଗୁ ପୂଜା କରିବାର ସମ୍ଭାବନା କମ୍ ଥିଲା। କିନ୍ତୁ ପୂଜା ପରିଚାଳନାରେ ସମସ୍ତ ଦାୟିତ୍ୱ ବହନ କରୁଥିବା ପରିବାର ମାଙ୍କ ପୂଜାକୁ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ କରିବା ପାଇଁ ଏକ ନିଆରା ଉପାୟ ଚିନ୍ତା କରିଥିଲେ।

ଏହି ଗାଁରେ ଅନ୍ୟ ଦୁର୍ଗମ ଅଞ୍ଚଳ ପରି ବିଦ୍ୟୁତ୍ ଏବଂ ନେଟ୍‌ୱାର୍କ ଭଳି ସମସ୍ୟା ରହିଛି। ତେବେ ଏଠାରେ ପ୍ରଥମ ଥର ପାଇଁ ୱାଇଫାଇ ସଂଯୋଗରେ ମା ଦୁର୍ଗାଙ୍କ ଆରାଧନା କରାଯିବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍‌ ଏଠାରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି।

ସୂଚନାଯୋଗ୍ୟ ଏଭଳି ଉପାୟ କରିବାର କାରଣ ହେଉଛି ଥରେ ମାଙ୍କ ପୂଜା ଅର୍ଚ୍ଚନା ଆରମ୍ଭ ହେ‌ଲେ ଏହାକୁ କୌଣସି କାରଣ ପାଇଁ ବି ବନ୍ଦ କରିବା ଉଚିତ ନୁହେଁ। ଘୋଷ ପରିବାରର ସଦସ୍ୟମାନେ ଗାଁରେ ପ୍ରଥମ ଥର ପାଇଁ ୱାଇଫାଇ ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପୂର୍ବରୁ ବିଦ୍ୟୁତ ସମସ୍ୟା ହେଲେ ପୂଜା ପାଇଁ ଜେନେରେଟର ବ୍ୟବହାର କରାଯାଉଥିଲା। ଏଭଳି ଏକ ଅଭିନବ ଉପାୟ ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.