Latest Odisha News

ସ୍କୁଲ ଫି’ ମାମଲା, ସରକାରଙ୍କୁ ଜବାବ ତଲବ

କଟକ: ସ୍କୁଲ ଫି’ ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ । ହାଇକୋର୍ଟରେ ସ୍କୁଲ ଫି ଛାଡ ସମ୍ପର୍କିତ ପ୍ରସଙ୍ଗରେ ଆଗତ ଇଣ୍ଟରପ୍ରିଭେନସ୍ ପିଟିସନଙ୍କୁ ଆଗ୍ରାହ୍ୟ କରିଛନ୍ତି କୋର୍ଟ । ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କୁ କୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି । ୭ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ୭ ଦିନ ପରେ ମାମଲର ପରବର୍ତ୍ତୀ ଶୁଣାଣି ହେବ ।

କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ତେବେ ୭ଟି ସ୍ଲାବରେ ଫି’ ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆପୋଷ ସମାଧାନରେ ସୂତ୍ର ବାହାର କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ। ଯଦି କୌଣସି ନିର୍ଯାସ୍ ନବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ ବୋଲି ଦର୍ଶାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଅବିଭାବକ ମହାସଂଘ, ଶିକ୍ଷକ ସଂଘର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.