Latest Odisha News

BREAKING NEWS

କୋଭିଡ ନିୟମ ପାଳନ ଭିତରେ ଚାଲିବ ପାଠପଢ଼ା

ଭୁବନେଶ୍ବର : ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପାଠପଢ଼ା । ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଚାଲିବ ପାଠପଢ଼ା । ହେଲେ ସ୍କୁଲ ଖୋଲିବା ନେଇ ଜାରି ହୋଇଛି ଏସଓପି । ନୂଆ ଏସଓପି ଅନୁସାରେ କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ସ୍କୁଲ ଖୋଲିବନି । ଏହାସହ ସ୍କୁଲ ଆସିବେନି ଶିକ୍ଷକ ଓ ଛାତ୍ରଛାତ୍ରୀ । ଯଦି ସ୍କୁଲ କର୍ମଚାରୀ କଣ୍ଟେନେମଣ୍ଟ ଜୋନରେ ଥିବେ ତେବେ ସେ ସ୍କୁଲ ଆସିବେନି ।

ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଏବେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଏସଓପି ଅନୁସାରେ, କୋଭିଡ ନିୟମ ପାଳନ ଭିତରେ ପାଠପଢ଼ା ଚାଲିବ । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ଆଲୋଚନା କରାଯିବ । ବିଦ୍ୟାଳୟ ପରିସରକୁ ପାଠପଢ଼ା ଉପଯୋଗୀ କରାଯିବ । ତାହା ସହ ୨୬ରେ ନିଜେ ଜିଲ୍ଲା ଗସ୍ତ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ତେବେ ବର୍ତ୍ତମାନ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ତେବେ କଣ୍ଟେନମେଣ୍ଟ ଜୋନରେ ନଥିବା ସ୍କୁଲରେ ପାଠ ପଢ଼ା ଚାଲିବ ବୋଲି କୁହାଯାଇଛି । ଯେଉଁ ସ୍କୁଲରେ ପାଠ ପଢ଼ା ହେବ, ଯଦି ସେହି ସ୍କୁଲରୁ କେହି ସଂକ୍ରମିତ ଚିହ୍ନଟ ହୁଅନ୍ତି, ତେବେ ସଂପୃକ୍ତ ସ୍କୁଲ ବନ୍ଦ କରିପାରିବେ ଜିଲ୍ଲାପାଳ । ସ୍କୁଲର ସମସ୍ତ ଅଞ୍ଚଳ ସାନିଟାଇଜ କରିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଲାଇବ୍ରେରୀ, ଲାବ୍‌, ରୋଷେଇ ଘରକୁ ସାନିଟାଇଜ କରାଯିବ । ପାଣି ଟାଙ୍କି, ଗାଧୁଆ ଘର, ଟଏଲେଟ ବି ସାନିଟାଇଜ କରାଯିବ । ଯଦି ସ୍କୁଲରେ ପାନୀୟ ଜଳ ଓ ଟଏଲେଟ ବ୍ୟବସ୍ଥା ନାହିଁ ତେବେ ସ୍କୁଲ ଖୋଲିବ ନାହିଁ ।

Leave A Reply

Your email address will not be published.