Latest Odisha News

ନୂଆ ରୂପରେ ବଜାରକୁ ଆସିବ ଦେଶର ସବୁଠାରୁ ଶସ୍ତା ୭-ସିଟର କାର୍

ଭୁବନେଶ୍ବର: ୭-ସିଟର କାରର ଡିମାଣ୍ଡ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ରହିଛି । ତେବେ ଶସ୍ତା ୭-ସିଟର କାରକୁ ଦେଖିଲେ ପ୍ରଥମେ ରେନାଲ୍ଟ ଟ୍ରାଇବର୍( Renault Triber) ର ନାଁ ଆସେ । ଏବେ କମ୍ପାନୀ ଦେଶର ସବୁଠାରୁ ଶସ୍ତା ୭-ସିଟର ଟ୍ରାଇବରର ଅପଡେଟେଡ୍ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି । ନିକଟରେ ଟେଷ୍ଟିଂ ସମୟରେ ପ୍ରଥମ ଥର ପାଇଁ Renault Triber Facelift ଦେଖିବାକୁ ମିଳିଥିଲା ।

Renault Triber ର ପ୍ରାଇସ୍ ୬ ଲକ୍ଷ ୯ ହଜାର ଟଙ୍କାରୁ ଆରମ୍ଭ । କମ୍ ବଜେଟରେ ଆସୁଥିବା ଏହି ୭-ସିଟର କାରରେ ଦମଦାର୍ ଫିଚର ରଖିଛି । ଏହି କାର ୧.୦-ଲିଟର ନ୍ୟାଜୁରାଲ୍-ଆସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍ ସହ ଆସିଛି । ଯାହା ୭୨ PSର ପାୱାର ଏବଂ ୯୬ Nm ଟର୍କ ଜେନେରେଟ୍ କରିଥାଏ । ଏହି କାରରେ ୫-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ଏବଂ ଅଟୋକେଟିକ୍ ଟ୍ରାନ୍ସମିସନର ଅପ୍ସନ ମିଳେ । କାରର ମାନୁଆଲ୍ ଭ୍ୟାରିଆଣ୍ଟରୁ ୧୯ kmpl ପର୍ଯ୍ୟନ୍ତ ମାଇଲେଜ୍ ମିଳିଥାଏ ।

ଏଥିରେ ୧୪-ଇଞ୍ଚର ଫ୍ଲେକ୍ସ ହୁଇଲ୍ ରହିଛି । ପିଆନୋ ବ୍ଲାକ୍ ଫିନିଶ୍ ସହ ଡୁଆଲ-ଟୋନ୍ ଡ୍ୟାସବୋଡ୍, ଆପଲ୍ କାର ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ ପାଇଁ ସପୋର୍ଟ ସହିତ ଟଚସ୍କ୍ରିନ୍ ଇଂଫୋଟେନମେଣ୍ଟ ସିଷ୍ଟମ୍, ଫୁଲ୍ ଡିଜିଟାଲ୍ ହ୍ବାଇଟ୍ LED ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ନୂଆ ଷ୍ଟାଇଲିସ୍ ଫ୍ୟାବ୍ରିକ୍ ଅପହୋଲଷ୍ଟେରୀ, କ୍ରୋମ ରିଙ୍ଗ୍ ସହ HVAC ନବ୍ସ, ବ୍ଲାକ୍ ଇନର ଡୋର ହ୍ୟାଣ୍ଡେଲ୍ ଭଳି ଫିଚର ଅଛି ।

 

Comments are closed.