Latest Odisha News

BREAKING NEWS

ସମ୍ବଲପୁର ରେଳ ଷ୍ଟେସନ ଠାରେ ପ୍ରମୁଖ ୟାର୍ଡ଼ ପ୍ରାଙ୍ଗଣ ପୁନଃନିର୍ମାଣ କାର୍ଯ୍ୟ ଜାରି

ଭୁବନେଶ୍ୱର: ସମ୍ବଲପୁର ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ବର୍ତମାନ ଚାଲୁ ରହିଛି । ପୂର୍ବତଟ ରେଳପଥ ରେଳ ନେଟୱର୍କର ଏକ ପ୍ରମୁଖ ହବ୍ ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାରେ ଉନ୍ନତି ଆଣିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି ।

ପୂର୍ବତଟ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମଧ୍ୟରୁ ଆଞ୍ଚଳିକ ଲଜିଷ୍ଟିକ୍ ଏବଂ ଯାତ୍ରୀ ପରିବହନରେ ସମ୍ବଲପୁର ରେଳ ଷ୍ଟେସନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ଆଧୁନିକୀକରଣ ପ୍ରକଳ୍ପ କେବଳ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଯାତ୍ରୀ ଏବଂ ପଣ୍ୟ ଯାତାୟାତ ପାଇଁ ଅଧିକ ଶୃଙ୍ଖଳିତ, ଦକ୍ଷ ରେଳ ସେବା ସୁନିଶ୍ଚିତ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ସମାପ୍ତ ହେବା ପରେ ଯାତ୍ରୀମାନେ ସହଜ ଟ୍ରେନ୍ ଚଳାଚଳ, ଅପେକ୍ଷା ସମୟ ହ୍ରାସ ଏବଂ ସାମଗ୍ରିକ ସେବା ଗୁଣବତ୍ତା ବୃଦ୍ଧି ଆଶା କରିପାରନ୍ତି ।

ଏହି ବିସ୍ତୃତ ୟାର୍ଡ ରିମଡେଲିଙ୍ଗ କାର୍ଯ୍ୟରେ ବେ-ଲାଇନ୍, ଲୋକୋ ରିଭର୍ସାଲ୍ ଲାଇନ୍ ଏବଂ ଇନ୍ସପେକ୍ସନ କ୍ୟାରେଜ ସାଇଡିଂ ସ୍ଥାନାନ୍ତରିତ ହେବ । ଏହି ଆଧୁନିକୀକରଣ କାର୍ଯ୍ୟର ଏକ ଅଂଶ ଭାବରେ ବେ-ଲାଇନ୍ କୁ ଏକ ପୂର୍ଣ୍ଣ ଦୈର୍ଘ୍ୟ ବିଶିଷ୍ଟ ପ୍ଲାଟଫର୍ମ ଭାବରେ ସମ୍ପ୍ରସାରଣ କରାଯିବ । ଏହି ପ୍ରକଳ୍ପକୁ ଚାରି ପାଞ୍ଚ ମାସ (139 ଦିନ) ସମୟ ଲାଗିବ ବୋଲି ଆଶା କରାଯାଉଛି । ଯାତ୍ରୀଙ୍କ ଚାହିଦା, ଆଞ୍ଚଳିକ ବିକାଶ ଏବଂ ଜାତୀୟ ଲଜିଷ୍ଟିକ୍ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ନବୀକରଣ ପାଇଁ ଭାରତୀୟ ରେଳ ପ୍ରତିବଦ୍ଧ ରହିଛି ।

ପୁନଃନିର୍ମାଣ କାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ୟ :

ନୂତନ ପ୍ଲାଟଫର୍ମର ଯୋଗ: ଅଧିକ ଟ୍ରେନ୍ ଏବଂ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଷ୍ଟେସନର କ୍ଷମତାକୁ ବୃଦ୍ଧି କରାଯାଇ ଦୁଇଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯିବ ।

ସହଜ ଟ୍ରେନ୍ ପରିଚାଳନା ପାଇଁ ଅତିରିକ୍ତ ଲାଇନ୍: ଟ୍ରେନର ସହଜ ଚଳାଚଳ ଏବଂ ନିୟନ୍ତ୍ରଣକୁ ସୁଗମ କରିବା, ବିଳମ୍ବକୁ ହ୍ରାସ କରିବା ଏବଂ ସମୟାନୁବର୍ତ୍ତିତାକୁ ବୃଦ୍ଧି କରାଇବା ପାଇଁ ଅତିରିକ୍ତ ଲାଇନଗୁଡ଼ିକ ଯୋଡାଯାଉଛି ।

ଉନ୍ନତ ଟ୍ରେନ୍ ଚଳାଚଳ: ଏହି କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଗୁଡିକ ନିକଟସ୍ଥ ଷ୍ଟେସନଗୁଡିକରେ ଅଟକି ନରହି ସମ୍ବଲପୁର ଷ୍ଟେସନରେ ସୁଗମ ଭାବରେ ପ୍ରବେଶ କରିପାରିବେ ।

ଅସ୍ଥାୟୀ ମାର୍ଗ ପରିବର୍ତ୍ତନ :
ୟାର୍ଡ଼ର ପୁନଃନିର୍ମାଣ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ । ସମ୍ବଲପୁର ଷ୍ଟେସନକୁ ନଆସି ପାଞ୍ଚ ଯୋଡା ଟ୍ରେନ୍ ସମ୍ବଲପୁର ସିଟି ଷ୍ଟେସନ-ସରଲା ଷ୍ଟେସନ ମାର୍ଗ ଦେଇ ମାର୍ଗ ପରିବର୍ତ୍ତନ କରି ସାମୟିକ ଭାବେ ଚଳାଚଳ କରିବ । ନିର୍ମାଣ ଅବଧି ମଧ୍ୟରେ ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଏହି ମାର୍ଗ ପରିବର୍ତ୍ତନ କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଅଟେ ।

ପ୍ରଭାବିତ ଟ୍ରେନ୍ ଗୁଡିକ ନିମ୍ନଲିଖିତ ଅଟେ:

୧. ୧୮୧୨୬/୧୮୧୨୫ ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ: ଉଭୟ ପାର୍ଶ୍ୱରୁ ୨୦ ସେପ୍ଟେମ୍ବର ୨୦୨୪ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ ।

୨. ୧୨୮୭୯/୧୨୮୮୦ ଏଲଟିଟି-ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ: ଏଲଟିଟି ରୁ ୨୧ ସେପ୍ଟେମ୍ବର ୨୦୨୪ ରୁ ୧ ଫେବୃଆରୀ ୨୦୨୫ ଏବଂ ଭୁବନେଶ୍ୱରରୁ ୨୩ ସେପ୍ଟେମ୍ବର ୨୦୨୪ ରୁ ୩ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ ।

୩. ୨୨୮୬୫/୨୨୮୬୬ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ : ଏଲଟିଟି ରୁ ୧୯ ସେପ୍ଟେମ୍ବର ୨୦୨୪ ରୁ ୩୦ ଜାନୁଆରୀ ୨୦୨୫ ମଧ୍ୟରେ ଏବଂ ପୁରୀରୁ ୨୪ ସେପ୍ଟେମ୍ବର ୨୦୨୪ ରୁ ୪ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ ।

୪. ୨୦୪୭୧/୨୦୪୭୨ ଲାଲଗଡ-ପୁରୀ-ଲାଲଗଡ ଏକ୍ସପ୍ରେସ: ଲାଲଗଡରୁ ୨୨ ସେପ୍ଟେମ୍ବର ୨୦୨୪ ରୁ ୨ ଫେବୃଆରୀ ୨୦୨୫ ମଧ୍ୟରେ ଏବଂ ପୁରୀରୁ ୨୫ ସେପ୍ଟେମ୍ବର ୨୦୨୪ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ ।

୫. ୨୦୮୧୩/୨୦୮୧୪ ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ: ପୁରୀରୁ ୨୫ ସେପ୍ଟେମ୍ବର ୨୦୨୪ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ଏବଂ ଯୋଧପୁରରୁ ୨୧ ସେପ୍ଟେମ୍ବର ୨୦୨୪ ରୁ ୧ ଫେବୃଆରୀ ୨୦୨୫ ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ ।

ଯାତ୍ରୀଙ୍କ ସୁବିଧା ପାଇଁ ଏହି ମାର୍ଗ ପରିବର୍ତ୍ତିତ ଟ୍ରେନ୍ ଗୁଡିକ ସମ୍ବଲପୁର ସିଟି ଷ୍ଟେସନରେ ପ୍ରତ୍ୟକ ୫ ମିନିଟର ରହଣି ସମୟ ପ୍ରଦାନ କରିବ ।

ଗୋଟିଏ ମେମୁ ଟ୍ରେନ୍ ସେବା ବାତିଲ୍: ପୁନଃନିର୍ମାଣ କାର୍ଯ୍ୟର ସମ୍ପାଦନ ପାଇଁ ୦୮୧୬୯/୦୮୧୭୦ ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନ୍ ୨୦ ସେପ୍ଟେମ୍ବର ୨୦୨୪ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ ।

Comments are closed.