Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପରେ ଏବେ ଓଡିଶା ସରକାରଙ୍କ ପକ୍ଷରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି।

ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସହ ରବିବାର ଦିନ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ୱାର୍କ ସେକ୍ରେଟାରୀ କ୍ରିୀଷ୍ଣ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସୋମବାର ଠାରୁ ମନ୍ଦିରର ସିଂହଦ୍ୱାର ରାସ୍ତା ଅନିଶ୍ଚିତକାଳ ଯାଏଁ ବନ୍ଦ ରହିବ ।

“ଏହାବ୍ୟତିତ ପୂର୍ବ ନିର୍ଦ୍ଧାରଣ ଅନୁଯାୟୀ ପୁରୁଣା ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ ଗାଡିଗୁଡିକୁ ନୂଆ ବଜାର ପାଖ ପଡିଆରେ ପାର୍କିଂ କରାଯିବ । ଉଚ୍ଛେଦ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ବାକି ୬୬ ଏକର ଅଞ୍ଚଳରୁ ଭଗ୍ନାଂବଶେଷକୁ ସଫା କରାଯିବ । ଯାହାପରେ ବିନ୍ଦୁ ସାଗର ପୁଷ୍କରଣୀର ଚାରିପାଖରେ ପାଭର ବ୍ଲକ୍, ଆଲୁଅ ଓ ବସିବା ବ୍ୟବସ୍ଥାର ନବୀକରଣ କରାଯିବ” ବୋଲି ବିଏମସି କମିଶନର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁରୀ ଭଳି ବିଏମସି ଓ ୱାର୍କ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଲିଙ୍ଗରାଜ ମନ୍ଦିରର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ ।

ଗତକାଲି ବିଏମସିର ଏପଫୋର୍ସମେଣ୍ଟ ସ୍କ୍ୱାଡ୍ ସ୍ଥାନୀୟ ଲାୟନ୍ସ କ୍ଲବ୍ ଓ ଲିଙ୍ଗରାଜ ଥାନା ବାଉଣ୍ଡରୀକୁ ଉଚ୍ଛେଦ କରିଥିଲେ ।

ଅପରପକ୍ଷରେ ଲିଙ୍ଗରାଜ ମନ୍ଦିରର ବରିଷ୍ଠ ସେବାୟତ ଶରତ ଚନ୍ଦ୍ର ପଣ୍ଡା ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ପୁରୁଣା ମାର୍କେଟ୍ କମ୍ଲେକ୍ସ ଅଞ୍ଚଳରେ ବିଏମସି ପାର୍କିଂସ୍ଥଳ କରିବାକୁ ଚାହୁଁଛି । ଏପରିକି ଗ୍ୟାରେଜ ଛକ ଦେଇ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡିଗୁଡିକ ଖରାପ ରାସ୍ତା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି” ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.