Latest Odisha News

BREAKING NEWS

୧୦୦୦ କୋଟି ଅତିକ୍ରମ କଲା କୋହଲିଙ୍କ ସମ୍ପତି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନେଟୱର୍ଥ ୧୦୦୦ କୋଟି ଅତିକ୍ରମ କରିଛି । ଇନଷ୍ଟାଗ୍ରାମରେ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ୨୫୨ ମିଲିୟନ ପାର କରିଛି । ଷ୍ଟକ ଗ୍ରୋ ନାମକ ସଂସ୍ଥା କୋହଲିଙ୍କ ସମ୍ପତି ସମ୍ପର୍କରେ ଏହି ଖୁଲାସା କରିଛି । ବିଶ୍ୱର ସମସ୍ତ କ୍ରିକେଟରଙ୍କଠାରୁ କୋହଲି ଅଧିକ ଆୟ କରୁଛନ୍ତି । ବିସିସିଆଇ କଂଟ୍ରାକ୍ଟ ବାବଦରେ ସେ ବର୍ଷକୁ ୭ କୋଟି ଟଙ୍କା ପାଉଛନ୍ତି । ଏହା ବ୍ୟତୀତ ଗୋଟିଏ ଲେଖାଁଏ ଟେଷ୍ଟ, ଦିନିକିଆ ଏବଂ ଟି୨୦ ଖେଳିବା ପାଇଁ ସେ ଯଥାକ୍ରମେ ୧୫, ୬ ଓ ୩ ଲକ୍ଷ ଟଙ୍କା ପାଉଛନ୍ତି । ସେହିପରି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ କୋହଲିଙ୍କୁ ଗୋଟିଏ ସିଜନ ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରୁଛି । ସେହିପରି ସେ ୭ଟି ଷ୍ଟାର୍ଟ cଅପରେ ମଧ୍ୟ ନିବେଶ କରିଛନ୍ତି । ସେଗୁଡିକ ହେଲା ବ୍ଲୁ ଟ୍ରାଇବ, ୟୁନିଭର୍ସଲ, ସ୍ପୋର୍ଟ୍ସବିଜ, ଏମପିଏଲ ଓ ସ୍ପୋର୍ଟ୍ସ କନୱେ ରହିଛି ।

ବିଜ୍ଞାପନଦାତାଙ୍କ ପାଇଁ ଏବେ ବି କୋହଲି ହଟ ଫେଭରାଇଟ ରହିଛନ୍ତି । ଏ ବାବଦକୁ ସେ ବର୍ଷକୁ ୧୭୫ କୋଟିରୁ ଊର୍ଦ୍ଧ୍ୱ ଆୟ କରୁଛନ୍ତି । ପ୍ରତ୍ୟେକ ବିଜ୍ଞାପନ ଶୁଟିଂ ପାଇଁ ସେ ବର୍ଷକୁ ୭.୫ରୁ ୧୦ କୋଟି ଟଙ୍କା ନେଉଛନ୍ତି । ଫୁଟବଲ, ଟେନିସ ଓ କୁସ୍ତି ଟିମର ମାଲିକ ମଧ୍ୟ କୋହଲି ହୋଇଛନ୍ତି । ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ କୋହଲି ୮.୯ କୋଟି ଓ ଟ୍ୱିଟରରେ ୨.୫ କୋଟି ଟଙ୍କା ପାଇଥାନ୍ତି । ମୁମ୍ବାଇ ଏବଂ ଗୁରୁଗ୍ରାମରେ ଥିବା ତାଙ୍କ ଘରର ମୂଲ୍ୟ ଯଥାକ୍ରମେ ୩୪ ଓ ୮୦ କୋଟି ଟଙ୍କା ରହିଛି । ଏହା ବ୍ୟତୀତ ସେ ଅନେକ ଦାମୀ କାରର ମାଲିକ ମଧ୍ୟ ଅଛନ୍ତି ।

 

Leave A Reply

Your email address will not be published.