Latest Odisha News

BREAKING NEWS

ପରଲୋକରେ ଯାତ୍ରା ଜଗତର ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

ଭୁବନେଶ୍ୱର: ସତେ ଯେମିତି କଳାକାରଙ୍କ ଉପରେ କରୋନା ଦାଉ ସାଧିଛି । କେତେବେଳେ ବଲିଉଡ ତ ପୁଣି କେତେବେଳେ ଓଲିଉଡରୁ ଶୁଭିଥିଲା ଦେହାନ୍ତ ଭଳି ଦୁଃଖଦ ଖବର । ହେଲେ ଏବେ ଜଲିଉଡରୁ ଆସିଛି ଆଉ ଏକ କୋହଭରା ସମ୍ବାଦ । ପରଲୋକରେ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗବନ୍ଧୁ ଓରଫ ଜଗା ରାଉତ । ନିକଟରେ ସେ କରୋନା ଭୂତାଣୁରେ ସଂକମ୍ରିତ ହୋଇଥିଲେ । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଛି ।

ରାଜଧାନୀ ତୋତେ ଦୁରୁ ଜୁହାର, କହଲୋ ବଉଳ କିଏ ତୋ ବର, ନ କହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ ଓ ବୋହୂ ଆଣିଥିଲି ବେଶ୍ୟାପଡାରୁ ଭଳି ଅନେକ ସୁପରହିଟ୍ ଯାତ୍ରାରେ ଅଭିନୟ କରି ସେ ଦର୍ଶକଙ୍କ ନିକଟରେ ହାସଲ କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ନିଜ ଜୀବନକାଳରେ ସେ ସାତଶଙ୍ଖ, କୋଣାର୍କ ଓ କଳିଙ୍ଗ ଗଣନାଟ୍ୟରେ ଆଗ ଧାଡିର ହାସ୍ୟ ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ ।

ଯାତ୍ରା ଜଗତରେ ଜଗା ମଉସା ଭାବେ ପରିଚିତ ଜଗବନ୍ଧୁ ରାଉତ ଦର୍ଶକଙ୍କ ନିକଟରେ ଖୁବ ଲୋକପ୍ରିୟ ଥିଲେ । ଯାତ୍ରାରେ ଅଭିନୟର ନିଶା ପାଇଁ ସେ ଘର ଛାଡି ୧୯୬୮ ମସିହାରେ ସାତଶଙ୍ଖ ଅପେରାରେ ଯୋଗ ଦେଇଥିଲେ । ହେଲେ ସବୁବେଳେ ଦର୍ଶକଙ୍କୁ ହସାଉଥିବା ଜଗା ମଉସା ଓରଫ ଜଗବନ୍ଧୁ ରାଉତ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଇ କେଉଁ ଏକ ଅଜଣା ରାଇଜକୁ ଚାଲିଯାଇଛନ୍ତି ।

Leave A Reply

Your email address will not be published.