Latest Odisha News

BREAKING NEWS

କବର ପାଇଁ ଭଡ଼ା ଦେବାକୁ ପଡେ

ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ । ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥିବା ଦେଖିବାକୁ ମିଳେ । ଏମିତି କି ଅଜବ ରୀତିନୀତିକୁ ପାଳନ କରିବା ପାଇଁ ପିଢୀ ପରେ ପିଢୀ ବିନା ପ୍ରଶ୍ନରେ ସମସ୍ତେ ତାଙ୍କୁ ମାନିଥାନ୍ତି । ମଧ୍ୟ ଆମେରିକାରେ ଏମିତି ଏକ ପ୍ରଥା ଅଛି ଯାହ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଏଠାରେ କୌଣସି ଲୋକଙ୍କୁ କବର ଦେବାକୁ ହେଲେ ଭଡ଼ା ଦେବାକୁ ପଡ଼େ । ପୁରୁଷ ପୁରୁଷ ଧରି ନିଜ ଆତ୍ମୀୟଙ୍କ କବର ପାଇଁ ଭଡ଼ା ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ଲୋକେ ।

ମଧ୍ୟଆମେରିକାର ଗୁଆଟେମାଲା ଦେଶରେ ଏପରି ରୀତିନୀତି ଦେଖିବାକୁ ମିଳେ । ଏଠାରେ ପ୍ରିୟଜନଙ୍କ ମୃତ୍ୟୁ ପରେ କବରସ୍ଥାନରେ କବର ଦିଆଯାଇଥାଏ । କିନ୍ତୁ ସେଥିଲାଗି ସେମାନଙ୍କୁ ଭଡ଼ା ଦେବାକୁ ପଡ଼ିଥାଏ । ଯଦି କେହି ଭଡ଼ା ଦେବାକୁ ଅସମର୍ଥ ହୁଅନ୍ତି, ତେବେ ନିୟମ ଅନୁସାରେ କବରରୁ ମୃତଦେହକୁ ବାହାର କରି ସାମୂହିକ ସ୍ଥାନରେ କବର ଦିଆଯାଏ । ତା’ ବଦଳରେ ଅନ୍ୟ ଏକ ମୃତଦେହକୁ ସେହି ସ୍ଥାନରେ କବର ଦିଆଯାଇଥାଏ । ଥରେ କୌଣସି ବ୍ୟକ୍ତିଙ୍କୁ କବର ଦେଲା ପରେ ସେମାନଙ୍କର ପିଢୀ ପରେ ପିଢୀ କବର ପାଇଁ ଭଡ଼ା ଦେଇ ଚାଲନ୍ତି । ତେବେ ପ୍ରକୃତ କଥା ହେଉଛି, ଗୁଆଟେମାଲାରେ ସ୍ଥାନ ଅଭାବ ଯୋଗୁ ଅନେକ ମହଲାବିଶିଷ୍ଟ କବରସ୍ଥାନ କରାଯାଇ ଭଡ଼ାସୂତ୍ରରେ ଦିଆଯାଉଛି ।

Leave A Reply

Your email address will not be published.