Latest Odisha News

BREAKING NEWS

ସୋମାଲିକାଙ୍କ ନିଆଁରେ ଘିଅ ଢ଼ାଳିଲା କଂଗ୍ରେସ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ ବଢ଼ୁଛି । ହାଇକୋର୍ଟ ନିର୍ଦ୍ଦେଶ ପରେ ପୋଲିସ ସୋମାଲିକାଙ୍କ ସାନି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି । ଇତି ମଧ୍ୟରେ ପୋଲିସ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶ କରିଥିବା ମାମଲାରେ ସୋମାଲିକାଙ୍କୁ ଜେରା କରିଛି ।

୬ ଘଣ୍ଟାର ଜେରା ପରେ ପୋଲିସ ସୋମାଲିକାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଛି । ହେଲେ ଯାହା ବିରୋଧରେ ଅଭିଯୋଗ, ତାକୁ ପୋଲିସ ଏଯାଏ ପଚରାଉଚରା କରିନି । ଯାହାକୁ ନେଇ ସୋମାଲିକାଙ୍କୁ ସାଥ୍ ଦେଇଛି ଜଗତସିଂହପୁର ଜିଲ୍ଲା ମହିଳା କଂଗ୍ରେସ ।

ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୩୭୬, ୩୧୩, ୫୦୬, ୩୪ରେ ମାମଲା ଜଗତସିଂହପୁର ଟାଉନ୍ ଥାନାରେ ରୁଜୁ ହୋଇଛି । ସମସ୍ତ ଧାରାଗୁଡିକ ଅତ୍ୟନ୍ତ ଗୁରୁତର ଓ ସଙ୍ଗୀନ ହୋଇଥିବାରୁର ବିଧାୟକଙ୍କ ବିରୋଧରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେ ଦାବି କରି ଏସପିଙ୍କୁ ଭେଟିଛି ।

ଏହି ଘଟଣା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ସମ୍ମାନର ପ୍ରଶ୍ନ ବୋଲି କହିଛି ମହିଳା କଂଗ୍ରେସ । ଘଟଣାରେ ପୋଲିସର ନିଷ୍କ୍ରିୟତା ଏବଂ ଶାସକ ଦଳର ଜଣେ ଯୁବ ବିଧାୟଙ୍କ ଏଭଳି କାର୍ଯ୍ୟକୁ ମହିଳା କଂଗ୍ରେସ ନିନ୍ଦା କରିବା ସହ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । କରାଯାଇଛି।

Leave A Reply

Your email address will not be published.