ଭୁବନେଶ୍ୱର: ଆଉ ବଢିବନି ଗ୍ରୀଷ୍ମଛୁଟି। ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବ। କିଛି ଜିଲ୍ଲାରେ ଏବେବି ତାପମାତ୍ରା ଜାରି ରହିଥିବାରୁ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲପାଳମାନେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନେଇ ବିଚାରବିମର୍ଶ କରିବା ପରେ ପୂର୍ବ ନିର୍ଦ୍ଧାରିତ ଦିନ ଅର୍ଥାତ୍ ଜୁନ୍ ୨୧ ତାରିଖରୁ ସ୍କୁଲଗୁଡ଼ିକ ସ୍ୱାଭାବିକ ସମୟରେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ନିୟମିତ ସୂଚୀ ଅନୁସାରେ ପାଠପଢା ଆରମ୍ଭ ହେବ। ଗତ କିଛିଦିନ ତଳେ ଗ୍ରୀଷ୍ମଛୁଟି ଅବଧି ବୃଦ୍ଧି କିମ୍ବା ସକାଳୁଆ ସ୍କୁଲ କରିବା ପାଇଁ ଦାବି ହୋଇଥିଲା। କିନ୍ତୁ ପାଣିପାଗ ପରିବର୍ତ୍ତନ ଆଶା କରାଯାଉଥିବାରୁ ଗ୍ରୀଷ୍ମଛୁଟି ବଢିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସେହିପରି ଏବେବି ରାଜ୍ୟର ୭ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ପରିସ୍ଥିତି ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.