Latest Odisha News

BREAKING NEWS

ଭକ୍ତମୟ ବଡ଼ଦାଣ୍ଡ, ଭାବର ଠାକୁରଙ୍କୁ ରଥରେ ଦେଖିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ

ପୁରୀ: ରଥ, ପଥ ସବୁକିଛି ପ୍ରସ୍ତୁତ ହୋଇ ରହିଛି । ହଟିଆ ଠାକୁର କାଳିଆ କେତେବେଳେ ବଡ଼ଦାଣ୍ଡକୁ ଆସିବେ ଚାହିଁ ରହିଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସମୟ ଗଡ଼ିବା ସହ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

ଦିନ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ଦିନ ସାଢ଼େ ୧୨ଟାରେ ସରିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଚିତାଲାଗି ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଏବଂ ବେଶ ଶେଷ ୨ଟା ୩୦ ମଧ୍ୟରେ ସରିବ । ଛେରାପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ କରିବେ ଗଜପତି ମହାରାଜା ।

ଅପରାହ୍ଣ ୩ଟା ରୁ ୪ଟା ମଧ୍ୟରେ ଚାରମାଳ ଫିଟା ଘୋଡ଼ା ଓ ସାରଥୀ ଲାଗିବ । ୪ଟାରୁ ଆରମ୍ଭ ହେବ ରଥ ଟଣା । ଏବେ ସିଂହଦ୍ୱାର ସମ୍ମୁଖରେ ୩ ରଥ ଦଣ୍ଡାୟମାନ ହୋଇ ଶ୍ରୀଜୀଉମାନଙ୍କୁ ଅପେକ୍ଷା କରି ରହିଛନ୍ତି । ଆଜି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ତିନିରଥରେ ବିରାଜ ମାନ ହୋଇ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାଇଥାଏ ।

ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନ ଏକାଠି ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀରେ ୧୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଥିବା କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରୁଛି ।

Leave A Reply

Your email address will not be published.