Latest Odisha News

BREAKING NEWS

କାଲିଠୁ ସବୁ ସ୍କୁଲ ଖୋଲା, ଜୁନ୍ ୨୨ରୁ ସ୍ବାଭାବିକ ପାଠ୍ୟକ୍ରମ

ଭୁବନେଶ୍ବର: ସରିଗଲା ଛୁଟି । କାଲିଠୁ ଚାଲିବ ସ୍କୁଲ । ସ୍କୁଲ ଖୋଲିବା ନେଇ ବଡ ଘୋଷଣା କଲା ଗଣଶିକ୍ଷା ବିଭାଗ । ଏଥର ସ୍ବାଭାବିକ ଚାଲିବ ପାଠପଢା । ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ ତାରିଖରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ଚାଲୁଥିବା ବେଳେ ତା ପରଦିନ ଠାରୁ ଅର୍ଥାତ୍ ଜୁନ୍ ୨୨ରୁ ସ୍ବାଭାବିକ ଭାବରେ ସ୍କୁଲ ଗୁଡିକୁ ପରିଚାଳନା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ମୌସୁମୀ କାରଣରୁ କିଛି କିଛି ସ୍ଥାନରେ ବର୍ଷା ଟିକେ ଆଶ୍ବସ୍ତି ଆଣିଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳିରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ଖରା ଛୁଟିକୁ ବଢାଯିବା ପାଇଁ ନିବେଦନ କରାଯିବା ପରେ ସ୍କୁଲ ଛୁଟିକୁ ନେଇ ନୋଟିସ୍ ଜାରି କରିଥିଲେ ରାଜ୍ୟ ସରକାର । ଜୁନ୍ ୨୦ ତାରିଖ ଅର୍ଥାତ୍ ଆଜି ଯାଏଁ ପାଣିପାଗ ସ୍ଥିତି ଦେଖି ସ୍କୁଲ ଖୋଲାଯିବା ଉପରେ ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ଦିଆଯାଇଥିଲା । ଯାହାକୁ ନେଇ କିଛି ସ୍କୁଲ ଖୋଲିଥିଲେ ମଧ୍ୟ ଆଉ କିଛି କିଛି ସ୍କୁଲ ଆଜି ଯାଏଁ ବନ୍ଦ ରହିଛି। ତେବେ ଏବେ ଏହାକୁ ନେଇ ଆସିଛି ବଡ ସୂଚନା  । କେବଳ ଆସନ୍ତାକାଲି ସକାଳୁଆ ସ୍କୁଲ କରି ୨୨ ତାରିଖ ଠାରୁ ସ୍ବାଭାବିକ ସ୍କୁଲ ପରିଚାଳନା ପାଇଁ ନିର୍ଦ୍ଦେଶ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Comments are closed.