Latest Odisha News

BREAKING NEWS

ଓଡିଶାର ୯ଟି ବୁଥରେ ସାନି ମତଦାନ ଆରମ୍ଭ

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ୯ଟି ବୁଥରେ ଗୁରୁବାର ଦିନ ସାନି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

ଆହୁରି ମଧ୍ୟ ଇଭିଏମ୍ ତ୍ରୁଟି ଯୋଗୁଁ ସାନି ମତଦାନ ଆରମ୍ଭ ହୋଇଥିବା ବୁଥ୍ ଗୁଡିକ ହେଲା- ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୧୨୯, ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୨୧୩ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୨୧୦ ଏବଂ ୨୨୨ ବୁଥ, ବରଗଡ଼ର ବୁଥ ନଂ ୬୮ ଏବଂ ଅତାବିରାର ବୁଥ ନଂ ୨୩୫ ନଂ ବୁଥ, ପଦ୍ମପୁର ବୁଥ୍ ନଂ-୧୬, ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନଂ-୨୫୪ ଏବଂ ଆସ୍କା ବିଧାନସଭା ନିର୍ବାଚନମଣ୍ଡଳୀର ସୋରଡା ଅର୍ନ୍ତଗତ ରେଣ୍ଟ୍ ବୁଥ୍ ନଂ-୧୮୨ରେ ସାନି ମତଦାନ ହେବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏପ୍ରିଲ୍ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବୁଥରେ ଇଭିଏମରେ ହୋଇଥିବା ତ୍ରୁଟି ଯୋଗୁଁ ମତଦାନ କରିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

ରାଜ୍ୟର ଏହିସବୁ ବୁଥରେ ସାନି ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ସୁପାରିଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ।

Leave A Reply

Your email address will not be published.