Latest Odisha News

ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ, ଜଳାର୍ଣ୍ଣବ ହେଲା ଗାଁ

ଭବାନୀପାଟଣା : ଇନ୍ଦ୍ରାବତୀ କେନାଲର ଡାହାଣ ପାଖରେ ବୁଧବାର ଦିନ ଘାଇ ସୃଷ୍ଟି ହେବା ଫଳରେ କଳାହାଣ୍ଡି ଜିଲ୍ଲାର ପଣ୍ଡି ଗ୍ରାମରେ ଜଳ ପ୍ରବେଶ କରିଛି । ପଳରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଇନ୍ଦ୍ରାବତୀର ଦକ୍ଷିଣ ମୁଖ୍ୟ କେନାଲରେ ପ୍ରାୟ ରାତି ଗୋଟାଏ ବେଳେ ଛୋଟ ଘାଇ ସୃଷ୍ଟି ହୋଇଥିବା ବେଳେ ପାଖାପାଖି ସକାଳ ସୁଦ୍ଧା ୨୦ ଫୁଟର ଚଉଡା ଘାଇ ସୃଷ୍ଟି ହୋଇଛି । ଫଳରେ ଗ୍ରାମ ମଧ୍ୟରେ ପାଣି ପ୍ରବେଶ କରିଛି, ଯାହାକୁ ନେଇ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି ।

ଖବର ପାଇ ଜଳ ବିଭାଗ ଓ ଇନ୍ଦ୍ରାବତୀର ଇଞ୍ଜିନିୟରିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପରବର୍ତ୍ତି ସମୟରେ ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧର ମରାମତି କାର୍ଯ୍ୟ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.