Latest Odisha News

BREAKING NEWS

ଶୀତଲ ସାହୁ ହେଲେ ‘ମିସ୍ ଓଡ଼ିଶା’, ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଉପରେ ଏବେ ନଜର୍

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଗୁଣପୁର ବାସିନ୍ଦା ଶୀତଲ ସାହୁ ‘ମିସ୍ ଓଡ଼ିଶା’ ଟାଇଟଲ୍ ହାସଲ କଲେ । ଏବେ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଏଫବିବି କଲର୍ସ ‘ଫେମିନା ମିସ୍ ଇଣ୍ଡିଆ’ ଟାଇଟଲ୍ ପ୍ରତିଯୋଗିତାରେ ସେ ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଲାଗି ଅଂଶଗ୍ରହଣ କରିବେ ।

କୋଲକାତାଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏଫବିବି କଲର୍ସ ମିସ୍ ଇଣ୍ଡିଆ ଇଷ୍ଟ ୨୦୧୯ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ମୁକୁଟ ହାସଲ କରିପାରି ‘ମିସ୍ ଓଡ଼ିଶା’ ଟାଇଟଲ୍ ହାସଲ କରିପାରିଛନ୍ତି ଶୀତଲ ।

ଏହି ଟାଇଟଲ୍ ଲାଗି ଓଡ଼ିଶାରୁ ୩ ଜଣ ସୁନ୍ଦରୀ ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିଥିଲେ । କୋଲକାତାରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଓଲିଉଡ଼ ଅଭିନେତ୍ରୀ ତମନ୍ନା ବ୍ୟାସ, ମଡ଼େଲ୍ ଅରୁପା ରଥ ଏବଂ ଶୀତଲ୍ ସାହୁଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଶେଷରେ ଶୀତଲ୍ ସାହୁ ଏହି ବାଜି ଜିତିଯାଇ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.