Latest Odisha News

BREAKING NEWS

ଏପ୍ରିଲ୍ ୨୫ରେ ଓଡିଶାର ୯ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର : ଓଡିଶାର ୯ଟି ବୁଥରେ ଏପ୍ରିଲ୍ ୨୫ ତାରିଖରେ ସାନି ଭୋଟ୍ ଗ୍ରହଣ ହେବ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ।

ରାଜ୍ୟରେ ଏପ୍ରିଲ୍ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବୁଥରେ ଇଭିଏମରେ ହୋଇଥିବା ତ୍ରୁଟି ଯୋଗୁଁ ମତଦାନ କରିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

ଆହୁରି ମଧ୍ୟ ଇଭିଏମ୍ ୍ତ୍ରୁଟି ଯୋଗୁଁ ସାନି ମତଦାନ ହେବାକୁଥିବା ବୁଥ୍ ଗୁଡିକ ହେଲା- ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୧୨୯, ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୨୧୩ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୨୧୦ ଏବଂ ୨୨୨ ବୁଥ, ବରଗଡ଼ର ବୁଥ ନଂ ୬୮ ଏବଂ ଅତାବିରାର ବୁଥ ନଂ ୨୩୫ ନଂ ବୁଥ, ପଦ୍ମପୁର ବୁଥ୍ ନଂ-୧୬, ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନଂ-୨୫୪ ଏବଂ ଆସ୍କା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନଂ-୧୮୨ରେ ସାନି ମତଦାନ ହେବ ।

 

Comments are closed.