Latest Odisha News

BREAKING NEWS

ଆଜିଠୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୨୪ରେ ନେବ ଅବପାତର ରୂପ

ଭୁବନେଶ୍ୱର: ଆଜିଠାରୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆହୁରୀ ଘନୀଭୂତ ହେବ। ଧିରେ ଧିରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ସୁଦ୍ଧା ଅବପାତରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିତ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଖରେ ପହଞ୍ଚିବ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ଲଘୁଚାପର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ତେଣୁ ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ରହିବ ନାହିଁ ।

କେବଳ ୨୫ ଏବଂ ୨୬ ତାରିଖରେ ୨ଟି ଜିଲ୍ଲାକୁ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୫ ତାରିଖରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଉଭୟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି । ତେଣୁ ମତ୍ସଜୀବୀମାନଙ୍କୁ ୨୩ ତାରିଖରୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଏହାସହିତ ଯେଉଁମାନେ ସମୁଦ୍ରରେ ରହିଛନ୍ତି, ସେମାନଙ୍କୁ ମଧ୍ୟ ୨୩ ତାରିଖ ସୁଦ୍ଧା ଫେରି ଆସିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

୨୪ ତାରିଖରେ ପବନର ବେଗ ୫୦ ରୁ ୬୦ କିଲୋମିଟର ହେବାର ସମ୍ଭାବନା ରହିଛି। ଫଳରେ ସମୂଦ୍ର ଅଶାନ୍ତ ରହିବାର ଆଶଙ୍କା ରହିବି। ପୂର୍ବ ଉପକୂଳ ଓ ଆଣ୍ଡାମାନ ନିକୋବରର ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୂଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ୨୬ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।

Leave A Reply

Your email address will not be published.