Latest Odisha News

BREAKING NEWS

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ତଦନ୍ତ ନିର୍ଦ୍ଦେଶ

ଭୋଜପୁର: ବିହାରର ଭୋଜପୁରରେ ଲୋକସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀଙ୍କ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ଏହି ଜିଲ୍ଲାରେ ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥତା କାରଣ ଦର୍ଶାଇ ଡ୍ୟୁଟି କରିବାକୁ ଚାହୁଁ ନାହାନ୍ତି । ଏବେ ଏହାର ସତ୍ୟତା ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏକ ସ୍ୱତନ୍ତ୍ର ଭାବେ ମେଡିକାଲ କ୍ୟାମ୍ପ ବସାଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା କରାଯିବ । ୨୮ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ଏହି କ୍ୟାମ୍ପ ବସିବ । କ୍ୟାମ୍ପ ଡାକ୍ତରଙ୍କ ରିପୋର୍ଟ ପରେ କାହାକୁ ଡ୍ୟୁଟିରୁ ବିରତି ଦିଆଯିବ ତାହା ନିଷ୍ପତି ନିଆଯିବ ।

ନିର୍ବାଚନକୁ ସୂଚାରୁରୂପେ ପରିଚାଳନା ପାଇଁ ୬୦୦୦ ମହିଳା କର୍ମୀଙ୍କ ସମେତ ୨୦୦୦୦ରୁ ଅଧିକ କର୍ମୀଙ୍କ ଚୟନ ହୋଇଛି । ଏହା ମଧ୍ୟରୁ ଅତି କମରେ ୧୧୫୦୦ କର୍ମୀ ରହିବା ଆବଶ୍ୟକ । ମିଛ କହୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାଧିକାରୀ କହିଛନ୍ତି ।

Leave A Reply

Your email address will not be published.